ppurohit

ବଲାଙ୍ଗିର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସର୍ବଭାରତୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଏକ ସର୍ବଭାରତୀୟ ରସଶାସ୍ତ୍ର ଓ ଭୈଷଜ୍ୟ କଳ୍ପନା ବିଷୟ ଅନ୍ତର୍ଗତ ଏକ ୬ ଦିନିଆଁ ଡିସେମ୍ବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଥିରେ ବିଭିନ୍ନ ରାଜ୍ୟରୁ ଯଥା ଛତିଶଗଡ଼, ମହାରାଷ୍ଟ୍ର, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଆଦି ବିଭିନ୍ନ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟରୁ ୨୧ ଜଣ ଶିକ୍ଷକ ଯୋଗଦାନ କରିଥିବା ବେଳେ ଭାରତର ବିଭିନ୍ନ ସରକାରୀ ମହାବିଦ୍ୟାଳୟର ୧୨ ଜଣ ପ୍ରଫେସର ସେମାନଙ୍କୁ ରସଶାସ୍ତ୍ର ବିଷୟ ଅନ୍ତର୍ଗତ ବିଭିନ୍ନ ଔଷଧ ମାନଙ୍କର ନିର୍ମାଣ, ପ୍ରୟୋଗ, ଶିକ୍ଷାଦାନ ସହ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ବିସ୍ତୃତ ଭାବେ ଶିକ୍ଷାଦାନ କରିବେ । ଏହାର ଉଦ୍‌ଘାଟନ ଉତ୍ସବ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଲୟର ପୂର୍ବତନ ଡିନ୍‌ ପ୍ରଫେସର ଚନ୍ଦ୍ରଭୂଷଣ. ଝା, ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଭୀମ ସାହୁ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡା.ଅରୁଣ କୁମାର ଦାସଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ରସଶାସ୍ତ୍ର ଓ ଭୈଷଜ୍ୟ କଳ୍ପନାର ମୁଖ୍ୟ ଡା. ଶିବବ୍ରତ ବେହେରା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କର ଆୟୁଷ ମନ୍ତ୍ରଣାଲୟ ତଥା ରାଷ୍ଟ୍ରୀୟ ଆୟୁର୍ବେଦ ବିଦ୍ୟାପୀଠ, ନୂଆଦିଲ୍ଲୀର ଅନୁଦାନ ଦ୍ୱାରା ପରିଚାଳନା ହୋଇଥିଲା । ଏହି ଉତ୍ସବରେ ମହାବିଦ୍ୟାଲୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ସ୍ନାତକୋତ୍ତର ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଡା. ସୁଶାନ୍ତ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.