pakka

କଳାହାଣ୍ଡି ଶିକ୍ଷା ବିଭାଗର ଅଭିନବ ପ୍ରୟାସ

bbehera
  • “ପଢିବାକୁ ଶିଖିବା : ଶିଖିବାକୁ ପଢ଼ିବା” କାର୍ଯ୍ୟକ୍ରମ ଉଦ୍‌ଘାଟିତ

କଳାହାଣ୍ଡି, (ହେମନ୍ତ ସାହୁ) : କୋଭିଡ଼ ମହାମାରୀ ଯୋଗୁଁ ଦୁଇବର୍ଷ ବ୍ୟବଧାନରେ ବିଦ୍ୟାଳୟ ଖୋଲିବା ପରେ ଶିକ୍ଷାର୍ଥୀମାନଙ୍କର ହ୍ରାସ ପାଇଥିବା ଶିକ୍ଷଣ ସ୍ତରକୁ ଅଭିବୃଦ୍ଧି କରିବା ଉଦ୍ଦେଶ୍ୟ ନେଇ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ପ୍ରାଥମିକ ସ୍ତରରେ ଅଧ୍ୟୟନ କରୁଥିବା ବିଶେଷ କରି ପ୍ରଥମରୁ ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ଅତିକମ୍‌ରେ ପଢିବା, ଲେଖିବା, ବୁଝିବା ଓ କହିବାର ସାମର୍ଥ୍ୟ ସହ ଶ୍ରେଣୀ ଅନୁଯାୟୀ ସଂଖ୍ୟାଜ୍ଞାନ ସୁନିଶ୍ଚିତ କରିବାକୁ ଏହା କାର୍ଯ୍ୟକାରୀ କରାଯାଇଛି । ଏହା କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ନୂତନ ଜ୍ଞାନ ଓ କୌଶଳର ଏକ ବିରାଟ ଦୁନିଆକୁ ପ୍ରବେଶ କରାଇବା ବ୍ୟତିରେକ ସ୍ୱଶିକ୍ଷଣ ପାଇଁ ସାମର୍ଥ୍ୟ, ଭାଷା ଦକ୍ଷତାରେ ନିପୁଣତା ଓ ଉପର ଶ୍ରେଣୀରେ ଭଲ ପ୍ରଦର୍ଶନ ପାଇଁ ସହାୟକ ହେବ ବୋଲି ଉଦ୍‌ଘାଟକ ଭାବେ ଯୋଗଦେଇ କଳାହାଣ୍ଡି ଜିଲ୍ଲାପାଳ ତଥା ଡିପିଏମ୍‌ୟୁ ଏଫ୍‌ଏଲ୍‌ଏନ୍‌ ଅଧ୍ୟକ୍ଷ ଡ. ଗାଭାଲି ପରାଗ ହର୍ଷଦ ମତବ୍ୟକ୍ତ କରିଛନ୍ତି । ଡିଜିଟାଲ ପ୍ଲାଟ୍‌ଫର୍ମ ଗୁଗୁଲମିଟ୍‌ରେ ଆୟୋଜିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ କାର୍ଯ୍ୟକ୍ରମର ରୂପରେଖ, ଉଦ୍ଦେଶ୍ୟ ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏଥିରେ ଡିପିଏମ୍‌ୟୁର ସମସ୍ତ ସଭ୍ୟ ସଭ୍ୟାଙ୍କ ସମେତ ଜିଲ୍ଲାର ସମସ୍ତ ବିଇଓ ଅଂଶଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

18 − five =