jsm

ଆସନ୍ତା କାଲି ଗାନ୍ଧୀ ଷ୍ଟାଡିୟମ ଠାରେ ପୁରୁଷ ବିଶ୍ୱ କପ୍‌ ଉଦ୍‌ଘାଟନ ମହୋତ୍ସବର ସିଧା ପ୍ରସାରଣ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୧୧ ତାରିଖ ବୁଧବାର ଅପରାହ୍ନ ୫ଟା ସମୟରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ପୁରୁଷ ବିଶ୍ୱ କପ୍‌ ଉଦ୍‌ଘାଟନ ମହୋତ୍ସବର ସିଧା ପ୍ରସାରଣ ପ୍ରଦର୍ଶନ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ସୁବ୍ୟବସ୍ଥା କରାଯାଇଛି । ପୁରୁଷ ବିଶ୍ୱ କପ୍‌ ଉଦ୍‌ଘାଟନ ମହୋତ୍ସବର ସିଧା ପ୍ରସାରଣ ପ୍ରଦର୍ଶନକୁ ଉପଭୋଗ କରିବା ପାଇଁ ବଲାଙ୍ଗିର ସହରର ଜନସାଧାରଣ, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ, ବେସରକାରୀ ଅଧିକାରୀ, କର୍ମଚାରୀ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, କ୍ରୀଡା ସଂଗଠନର କର୍ମକର୍ତ୍ତାମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି । ବଲାଙ୍ଗିର ଜନସାଧାରଣ ଅପରାହ୍ନ ୫ ଘଟିକା ସମୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମକୁ ଆସି ଉଦ୍‌ଘାଟନ ମହୋତ୍ସବର ସିଧା ପ୍ରସାରଣ ଦେଖିବା ସହ ଏହାକୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ କୁହାଯାଇଛି ।

yuvodaya
Leave A Reply

Your email address will not be published.