jayashree

ବ୍ଲକ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଲଲିତ ମୋହନ ମେହେର ସ୍ମୁତି ସଭାଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ ମହାପାତ୍ର କୁଲଦୀପ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଯୋଗ ଦେଇଥିଲେ । ଏଥିରେ ସମୁଦାୟ ୫୦ଟି ଅଭିଯୋଗ ଉପରେ ଶୁଣାଣି କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି, ଉଦ୍ୟାନ, ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ, ପୁୂତ୍‌ର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ, ଜଳ ଓ ପରିମଳ, ପରିବହନ, ଅବକ।ରୀ, ମତ୍ସ୍ୟ, ଶ୍ରମିକ , ଖାଦ୍ୟ ବଣ୍ଟନ, ପ୍ରାଣୀ ସମ୍ପଦ, ଭତ୍ତା, ପ୍ରଭୁୂତି ଉପରେ ଶୁଣାଣି ହୋଇଥିଲା । ଏହି ସଭ୍।ରେ ଡିଏଫ୍‌ଓ, ପିଡି ତରଣୀ ସୁନା, ଉପ ଜିଲ୍ଲାପାଳ ଆଲୋକ କୁମାର ପଟେଲ, ସିଡିଏମଓ ପୁଷ୍ପାଞ୍ଜଳି ମିଶ୍ର, ଡିଏସ୍‌ଏସ୍‌ଓ ମଦନଜିତ ହୋତା, ଏଡିଇଓ ପ୍ରବୀର ପଣ୍ଡ।, ଡିଏସ୍‌ଡବ୍ଲୁ ଓ ବିଜୟ ଲକ୍ଷ୍ମୀ ନିଶାଙ୍କ ସହ ଅବକାରୀ ଅଧିକାରୀ, ଡ଼ିଏଓ, ସିଏସ୍‌ଓ, ଡିପିଓ, ସିଏସ୍‌ଓ ତଥା ଜିଲ୍ଲାର ଅନ୍ୟାନ୍ୟ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ଜିପିଓ ଦେବରାଜ ତାଣ୍ଡି, ସିଡିପିଓ ଶୁଭଶ୍ରୀ ମିଶ୍ର, ବିଆର୍‌ସି ଅଂଶୁମାନ ଦେବ ବାବୁ, ଓଏଲଏମ୍ ଜ୍ଞାନ ରଞ୍ଜନ ସା, ବିଏସ୍‌ଏସ୍‌ଓ ସୁଶାନ୍ତ ବାଗ, ଏପିଓ ଜଗତଜିତା ସେଠୀ, ବିଇଓ ଶ୍ୟାମ ମେହେର, ଏବିଡିଓ ରୁଦ୍ର ପ୍ରସାଦ ସୁନା, ପ୍ରତ୍ୟେକ ବିଭାଗର ଅଧିକାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.