pr

ପାଚିକା ଓ ସହାୟିକାଙ୍କୁ ନେଇ ଖାଦ୍ୟ ନିରାପତ୍ତା ଓ ସ୍ୱଚ୍ଛତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

dr. purohit

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପି.ଏମ୍‌ ପୋଷଣ ଓ ଏମ୍‌. ଏସ୍‌ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ପାଚିକା ସହାୟିକାଙ୍କ ପାଇଁ ଏକ ଦିବସୀୟ ଖାଦ୍ୟ ନିରାପତ୍ତା ଓ ସ୍ୱଚ୍ଛତା ପ୍ରଶିକ୍ଷଣ ଶିବିର ପର୍ଯ୍ୟାୟ କ୍ରମେ ବାଲିଗୁଡା, ବାଟାଗୁଡା ଓ ବାରଖମା ସ୍ଥିତ ସରକାରୀ ବିଦ୍ୟାଳୟ ପରିସରରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ମଧ୍ୟାହ୍ନ ଭୋଜନ ପରିଚାଳକ କାହ୍ନୁ ଚରଣ ସାହାଣୀ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା, ପଦ୍ମଲୋଚନ ପଣ୍ଡାଙ୍କ ସମେତ ସମସ୍ତ ସିଆର୍‌ସିସି ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପ୍ରଶିକ୍ଷଣରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ସ୍ୱଚ୍ଛତା ବଜାୟ ରଖିବା, ଖାଦ୍ୟର ଗୁଣବତ୍ତା, ସୁରକ୍ଷିତ ସରଂକ୍ଷଣ, ପୋଷଣର ଗୁରୁତ୍ୱ ଓ ଶିଶୁମାନଙ୍କୁ ସୁରକ୍ଷିତ ଖାଦ୍ୟ ପ୍ରଦାନ ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା । ବ୍ଲକର ବିଭିନ୍ନ ବିଦ୍ୟାଳୟର ପାଚିକା ଓ ପାଚିକା ସହାୟିକାମାନେ ଯୋଗ ଦେଇ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଅଧିକ ସୁରକ୍ଷିତ ସ୍ଵଚ୍ଛ ଓ ଗୁଣାତ୍ମକ ଭାବେ ପରିଚାଳନା କରିବାର ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।

nrusinghnath
Leave A Reply

Your email address will not be published.