
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀ ମାନଙ୍କର ରକ୍ତ ଅଭାବକୁ ଗୁରୁତର ସହିତ ବିଚାର କରି ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନିର୍ଦ୍ଦେଶରେ ବିଗତ କ୍ରମାଗତ ରବିବାର ଗୁଡିକରେ ବିଜୁ ଛାତ୍ର, ଯୁବ ଓ ମହିଳାମାନେ ରକ୍ତଦାନ କରିଆସୁଛନ୍ତି । ଏହି ମହତ କାର୍ଯ୍ୟକ୍ରମକୁ ଆଗକୁ ନେଇ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ତଥା ବିଜୁ ମହିଳା ଜନତା ଦଳ ନେତ୍ରୀ ସୁଶ୍ରୀ ଜୟଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଷଷ୍ଠଥର ପାଇଁ, କୋଏଲ ନଗର ସ୍ଥିତ ଭଗବତୀ ମଣ୍ଡପ ସାମାଜିକ କେନ୍ଦ୍ର ଠାରେ ରାଉରକେଲା ବିଜୁ ମହିଳା ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କ।ର୍ଯ୍ୟକ୍ରମକୁ ବରିଷ୍ଠ ବୁଦ୍ଧିଜୀବୀ ନଳିନୀ ସୁତାର ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳାମାନେ ରକ୍ତଦାନ କରିବା ପାଇଁ ପ୍ରବଳ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ୫୧ ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା । ବିଧାୟକ ଶ୍ରୀ ନାୟକ ନିଜେ ଉପସ୍ଥିତ ରହି ରକ୍ତଦାନ କରିଥିବା ମା’ ଭଉଣୀ ମାନଙ୍କୁ ଧନ୍ୟବାଦ ଦେବା ସହିତ ଉତ୍ସାହିତ କରିଥିଲେ । ବିଶେଷ କରି ଏ, ଇ, ଡି ବ୍ଲକରୁ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ରକ୍ତଦାନ ଭଳି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସ୍ଥାନୀୟ ବରିଷ୍ଠ ନାଗରିକ ବଜେନ୍ଦ୍ର ଦାଶ, ଅମିୟ ଦାସ, ଅଭିରାମ ମହାନ୍ତି, ଦେବେନ୍ଦ୍ର ନାୟକ, ରମେଶ ରଥ, ଅଗନି ଦାସ, ରବି ପଣ୍ଡାଙ୍କ ସମେତ ବରିଷ୍ଠ ନେତା ବିରେନ ସେନାପତି, ଜୟନ୍ତ କୁମାର ମିଶ୍ର, ସୁରେନ୍ଦ୍ର କୁମାର ରାଉତ, ଶିବ ଦାସ, ମହିଳା ନେତ୍ରୀ ଜ୍ୟୋସ୍ନା ନାୟକ, ଛବି ମହାନ୍ତି, ପୂଜା ଜେନା, ଯୁବନେତା ପିଙ୍କୁ ଜୟବାଲ, ଛାତ୍ର ନେତା ସଞ୍ଜିତ ଛୋଟରାୟ, ଚକ୍ରଧର ମଲ୍ଲିକ, ସୁଦାମ ପ୍ରଧାନ, କାବୁଲି ପ୍ରତିହାରୀ, ପ୍ରଣୟ ନାୟକ, ବିଭୁତି ପୁହାଣ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।