jayashree

ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପବିତ୍ର ଅଧର ପଣା ଦିବସରେ ପ୍ରସାଦ ବିତରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଆଜି ପବିତ୍ର ଅଧର ପଣା ଉପଲକ୍ଷେ ରାଉରକେଲାର ସେକ୍ଟର -୩ ସ୍ଥିତ ବାହୁଡ଼ା ରଥଯାତ୍ରାରେ ତିନି ରଥଙ୍କ ସମ୍ମିଳିତ ପଡ଼ିଆରେ ଅନୁଷ୍ଠାନର ସଦସ୍ୟମାନେ ନିଜର ସହଯୋଗରେ ରନ୍ଧନ କରାଯାଇଥିବା ସୁସ୍ଵାଦୁ ପ୍ରସାଦ ଭକ୍ତମାନଙ୍କୁ ବିତରଣ କରିଥିଲେ । ଏହି ପ୍ରସାଦ ପାଇବା ପାଇଁ ଭକ୍ତ ମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ଓ ଆନନ୍ଦ ମନରେ ପ୍ରସାଦ ସେବନ କରିଥିଲେ । ଗତ ୨୨ ତାରିଖ ଦିନ ସେକ୍ଟର – ୫ ସ୍ଥିତ ଗୁଣ୍ଡିଚା ମନ୍ଦିର ନିକଟରେ ରଘୁନାଥପଲ୍ଲୀ ବିଧାୟକ ଦୂର୍ଗା ତନ୍ତୀଙ୍କ ଉଦ୍ୟୋଗରେ ନରେନ୍ଦ୍ର ମୋଦୀ ସେବା ସଙ୍କଳ୍ପ ଦ୍ୱାରା କରାଯାଇଥିବା ପ୍ରସାଦ ବିତରଣ ସେବାରେ ସଂଗଠନର ସଦସ୍ୟମାନେ ସାହାଯ୍ୟ କରିଥିଲେ । ଏହି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦିକା ନିଶି ପଦ୍ମା ନନ୍ଦଙ୍କ ପ୍ରଚେଷ୍ଟାରେ ବିବିଧ ସାମାଜିକ, ସେବା କାର୍ଯ୍ୟ, ସାଂସ୍କୃତିକ ଓ ସଙ୍ଗୀତ କାର୍ଯ୍ୟକ୍ରମ କରାଯାଉଛି । ସଂଗଠନର ସଭାପତି ବିଭୁ ପ୍ରସାଦ ନାୟକଙ୍କ ସହଯୋଗ ଓ ମାର୍ଗଦର୍ଶନରେ ପ୍ରସାଦ ବିତରଣ ସେବା କାର୍ଯ୍ୟ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଂଗଠନର ଉପସଭାପତି ଗଙ୍ଗାଧର ଦାଶ, ସାଧାରଣ ସମ୍ପାଦିକା ନିଶି ପଦ୍ମା ନନ୍ଦ, ସଂଗଠନ ମନ୍ତ୍ରୀ ମୁକ୍ତିକାନ୍ତ ବେହେରା, କୋଷାଧକ୍ଷ ଶଶାଙ୍କ ପଣ୍ଡା, ଅଶୋକ ପଟେଲ, ମିନତୀ ତ୍ରିପାଠୀ, ବିଷ୍ଣୁପ୍ରିୟା ଦାଶ, ମଞ୍ଜୁଲତା ମୋହିନୀ, ନିରୁପମା ନାୟକ, ମମତା ବାରିକ ଡିମ୍ପଲ ସାହୁ, ଅନନ୍ତ ବରିହା, ମୀରା ପାଣିଗ୍ରାହୀ ଓ ସନ୍ଧ୍ୟା ପଣ୍ଡା ପ୍ରସାଦ ବିତରଣରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.