
ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ସ୍ଥିତ ଅବସର ଭବନରେ ଆଜି ଏକ ବରିଷ୍ଠ ନାଗରିକଙ୍କ ସଚେତନତା ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ଓଡିଶା ରାଜ୍ୟ ସ୍ୱଳ୍ପ ସଞ୍ଚୟ ସୁନ୍ଦରଗଡ଼ ଜିଲ୍ଲାର ଅତିରିକ୍ତ ନିର୍ଦ୍ଦେଶିକା କୌଶଲ୍ୟା ଭିତିରିଆ ଏବଂ ରାଉରକେଲା ଡାକ ବିଭାଗର ବ୍ୟବସାୟିକ କାର୍ଯ୍ୟକାରୀ ସଦସ୍ୟ ବିଘ୍ନେଶ୍ଵର ପଣ୍ଡା, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଅଭୟ କୁମାର ଦାସ ଏବଂ ପୂର୍ବତନ ସମ୍ପାଦକ କପିଳେଶ୍ଵର ମହାରଣା ଯୋଗ ଦେଇଥିବା ବେଳେ ମଞ୍ଚ ପରିଚାଳନା ପ୍ରମୋଦ ମିଶ୍ର କରିଥିଲେ । ପରେ ଅବସର ଭବନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ବହୁତ ବରିଷ୍ଠ ନାଗରିକଙ୍କ ସମେତ ରାଜେନ୍ଦ୍ର ରାଉତରାୟ, ପୁଷ୍ପ ଲତା ଜେନା, ଅର୍ପିତା ମହାନ୍ତ, ସୁକାନ୍ତ ଲୁଗୁନ, ପ୍ରଭାସିନୀ ପାଣି, ଅମିତା ଗୁରୁ, ସୀମା ଗୁପ୍ତା, ରମାକାନ୍ତ ନନ୍ଦ, ଜ୍ଞାନ ବଳ, ବିକ୍ରମ ସାମଲ, ମାନସୀ ପୁହାଣ, ମହେନ୍ଦ୍ର ବଳ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।