
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପୋଢ଼ମୁଣ୍ଡା ଗ୍ରାମରେ ସଂକଳ୍ପ ପରିବାର ଓ କଲ୍ୟାଣ ସଙ୍ଘର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ଖରାକୁ ଖାତିର ନକରି ୧୮ ଜଣ ସ୍ୱେଚ୍ଛାସେବୀ ରକ୍ତଦାତା ଆଗକୁ ଆସି ରକ୍ତଦାନ କରି ମାନବସେବାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ପ୍ରଦାନ କରିଥିଲେ । ବରଗଡ଼ ରକ୍ତ ଭଣ୍ଡାରର କର୍ମଚାରୀମାନେ ଶିବିରରେ ଉପସ୍ଥିତ ରହି ରକ୍ତ ସଂଗ୍ରହ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରିଥିଲେ । ଏହି ମହତ୍ୱପୂର୍ଣ୍ଣ ସେବାମୂଳକ କାର୍ଯ୍ୟକ୍ରମକୁ ସଂକଳ୍ପ ପରିବାରର ସକ୍ରିୟ ସଦସ୍ୟ ସୁରେନ୍ଦ୍ର ଭୁଏ, ଅନନ୍ତ ଚରଣ ସାହୁ, ଶେଷଦେବ ପଧାନ, ରଞ୍ଜିତ ସାହୁ, ପିଙ୍କୁ ପଣ୍ଡା, ଜି. ରମେଶ ଓ ଦେବେନ ଭୁଏ ପ୍ରମୁଖ ସୁଚାରୁ ଭାବେ ପରିଚାଳନା କରିଥିଲେ । ଗ୍ରାମବାସୀଙ୍କ ସହଯୋଗ ଓ ଯୁବଶକ୍ତିର ସମର୍ପଣ ଏହି ଶିବିରକୁ ସଫଳ କରିଥିଲା । ରକ୍ତଦାନ ଭଳି ମହାନ କାର୍ଯ୍ୟ ମାଧ୍ୟମରେ ରକ୍ତଦାନ ମହାଦାନ ବାର୍ତ୍ତାକୁ ସାର୍ଥକ କରାଯାଇଥିଲା ।