pakka

ବେହେରାପାଲିଠାରେ ଅଣସଂକ୍ରାମକ ରୋଗ ଚିହ୍ନଟ ଓ ସ୍ୱାସ୍ଥ୍ୟ ଶିବିର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡ଼ା ରାଜେନ୍ଦ୍ର ଯୁବକ ସଂଘ ତରଫରୁ ବେହେରାପାଲି କମ୍ୟୁନିଟି ହଲଠାରେ ଏକ ଅଣସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ନନ୍ଦ କିଶୋର ପାଢି ଏବଂ ମୁଖ ଓ ଦାନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଶ୍ରେୟସ ପାଣିଗ୍ରାହୀ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ, ସ୍ଥାନୀୟ ଆଶା ଦିଦି, ମହିଳା ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ଯୋଗଦାନ କରି ସହଯୋଗ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଜିଲ୍ଲା ସିଡ଼ିଏମ୍‌ଓ ଅଫିସ ତରଫରୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଡିପିଏଚ୍‌ଓ) ଡାକ୍ତର ଦିବ୍ୟକିଶୋର୍ ପତି ଓ ଅତିରିକ୍ତ ପ୍ରୋଗ୍ରାମ ମ୍ୟାନେଜର ରାମାନୁଜ ପଣ୍ଡା ଯୋଗଦାନ କରି ଉକ୍ତ ଶିବିରକୁ ନିରୀକ୍ଷଣ ଓ ତଦାରଖ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ୨୦୦ରୁ ଅଦିକ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ରକ୍ତ ପରୀକ୍ଷା, ଔଷଧ ଓ ଡାକ୍ତର ପରାମର୍ଶ ଉପଲବ୍ଧ କରାଯାଇଥିଲା ।

Leave A Reply

Your email address will not be published.

4 + 16 =