csstore

ଭାଲୁମୁଣ୍ଡାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ଗଙ୍ଗାଧର ମେହେର ଧର୍ମଶାଳା ଠାରେ ଆଜି ଭାଲୁମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିନ୍ଧେକେଲା ତରଫରୁ ସୁସ୍ଥ ନାରୀ ସଶକ୍ତ ପରିବାର ନିରାକରଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ବଙ୍ଗୋମୁଣ୍ଡା ଅଞ୍ଚଳର ୨ଶହରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାଲୁମୁଣ୍ଡା ସରପଞ୍ଚ ରଞ୍ଜିତା ମେହେର, ଭାଲୁମୁଣ୍ଡା ସମିତି ସଭ୍ୟ ପ୍ରତିନିଧି ଶ୍ୟାମ ସୁନ୍ଦର ସାହୁ, ତୁରେକେଲା ସରପଞ୍ଚ ପ୍ରତିନିଧି ରବୀନ୍ଦ୍ର ବେହେରା, ତୁରେକେଲା ସମିତି ସଭ୍ୟ ମୁରଲୀଧର କୁମ୍ଭାର, ସିନ୍ଧେକେଲା ମେଡ଼ିକାଲ ଇନଚାର୍ଚ୍ଚ ଜୟନ୍ତ କୁମାର ବାଗ ଉପସ୍ଥିତ ରହି ରୋଗୀମାନଙ୍କୁ ଆରୋଗ୍ୟ କାମନା କରିଥିଲେ । ରୋଗୀ ଦେଖିବା ପାଇଁ ମେଡ଼ିସିନ ଇପ୍ସିତା ପ୍ରିୟଦର୍ଶନୀ ଦାସ, ଦାନ୍ତ ଚିକିତ୍ସାରେ ଡ଼ଃ. ସୁଜିତ ସେନାପତି, ସର୍ଜରୀ ବିଶେଷଜ୍ଞ ବିଶ୍ଵଜିତ ଖୁଣ୍ଟିଆ ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ । ରୋଗୀ ଦେଖିବା ସମୟରେ ଭାଲୁମୁଣ୍ଡା ଡ଼ଃ. ମିଶ୍ର , ଫାର୍ମାସିଷ୍ଟ ଚମ୍ପେଶ୍ୱର ମେହେର , ଚନ୍ଦ୍ରକାନ୍ତ ସୁନାନୀ, ଏଏନ୍‌ଏମ୍‌ ସ୍ୱର୍ଣ୍ଣ ସାହୁ ତଥା ଅଞ୍ଚଳର ବହୁ ଆଶକର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.