csstore

ଆଇନ ସଚେତନତା ଶିବିର ଅନୁଷ୍ଠିତ

ବନ୍ଧୁଗାଁ, (କେପିଏନ୍‌ଏସ୍‌) : ବନ୍ଧୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା କନଫେରେନ୍ସ ହଲ ଠାରେ ଜିଲ୍ଲା ସିଏସ୍‌ଏନ୍‌ଆର୍‌ ଆଇନ ପରାମର୍ଶ ଓ ସହାୟତା କେନ୍ଦ୍ର ଆନୁକୂଲ୍ୟରେ ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଶିଶୁ, ମହିଳା, ଶାରୀରିକ ଭିନ୍ନକ୍ଷମ, ଅନୁସୂଚିତ ଜାତି ବା ଜନଜାତିର ବ୍ୟକ୍ତି ଓ ମାନବ ଚାଲାଣର ଶିକାର ହୋଇଥିବା ବ୍ୟକ୍ତି ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥାନ୍ତି, ସେମାନଙ୍କୁ ଆଇନଗତ ସହାୟତା ଦେବା ପାଇଁ ନେଇ ଆଲୋଚନା କରାଯାଇଥିଲା । ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ପିଡିକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବନ୍ଧୁଗାଁ ଥାନା ଆଇଆଇସି ପ୍ରସନ୍ନ କୁମାର ମିଶ୍ର, ସିଡ଼ିପିଓ ଗୀତାଞ୍ଜଳି ମହାରଣା, ଜିପିଡିଓ ଅମୀର ଅକ୍ଷୟ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଇନ ସଚେତନତା ସମ୍ବନ୍ଧରେ ନିଜର ବକ୍ତବ୍ୟ ରଖି ଆଲୋକପାତ କରିଥିଲେ । ସିଏସ୍‌ଏନ୍‌ଆର୍‌ ଆଇନ ପରାମର୍ଶ ଓ ସହାୟତା କେନ୍ଦ୍ରରୁ ଆଇନଜୀବୀ ଅଜୟ ଖୋସଲା, କନସଲଟେଣ୍ଟ ସୁନୀଲ ମିଶ୍ର ଓ ଜ୍ଞାନରଞ୍ଜନ ନାୟକ ଉପସ୍ଥିତ ରହି ବାଲ୍ୟବିବାହ ନିଷେଧ ଆଇନ, ଯୌତୁକ ନିବାରଣ ଆଇନ, କର୍ମସ୍ଥଳରେ ମହିଳାଙ୍କୁ ଯୌନ ଶୋଷଣ ନିବାରଣ ଆଇନ ଓ ଘରୋଇ ହିଂସା ନିବାରଣ ଆଇନ ଉପରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନ୍ଧୁଗାଁ ବ୍ଲକରୁ ଆସିଥିବା ସରପଞ୍ଚ ଭାସ୍କର ୱାଟାକା, ଲକ୍ଷ୍ମୀ କାଡ୍ରାକା, ଶେଖର କଣ୍ଡାଗରି, ସୁନ୍ଦୂରୁ ପିଡିକା, ୱାଟାକା ଜାଗାନା, ମେଲେକା ଆକାମା ଓ ସୁସ୍ମିତା ପିଡିକା, ସମିତି ସଭ୍ୟ ସିନାଜି ପିଡିକାଙ୍କ ସମେତ ଆଇସିଡ଼ିଏସ୍‌ ସୁପର ଭାଇଜର, ଏମ୍‌ବିକେ ଓ ସିଆର୍‌ପିମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.