csstore

ଓଡିଶା ସୂଚନା ଅଧିକାର ଅଭିଯାନ ବଲାଙ୍ଗିର ଶାଖା ପକ୍ଷରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ଓଡିଶା ସୂଚନା ଅଧିକାର ଅଭିଯାନ, ବଲାଙ୍ଗିର ଶାଖା ତରଫରୁ ତା.୨୨.୦୨.୨୦୨୫ ଏବଂ ତା.୨୩.୦୨.୨୦୨୫ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ଦିବସରେ ଅତିଥି ଭାବରେ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଯୁଗ୍ମ ଆବାହକ ଶ୍ରୀକାନ୍ତ ପାଳକ, ବରିଷ୍ଠ ସୂଚନା ଅଧିକାର କର୍ମୀ ତଥା କୃଷକ ନେତା ଯତି ପ୍ରଧାନ, ସାହାଜବାହାଲ କଲେଜର ଅର୍ଥନୀତି ଅଧ୍ୟାପକ କବିରାଜ ଭୋଇ ଉପସ୍ଥିତ ଥିଲେ । ଜିଲ୍ଲା ଆବାହକ ନୀଳମଣି ଯୋଷୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସୂଚନା କର୍ମୀ ଏହି ଶିବିରରେ ନିଜର ଅଭିଜ୍ଞତା ବ୍ୟକ୍ତ କରିଥିଲେ । ବରିଷ୍ଠ ସୂଚନା ଅଧିକାର କର୍ମୀ ଗୋପବନ୍ଧୁ ଛତ୍ରିଆ, କୃଷ୍ଣଚନ୍ଦ୍ର ବନଛୋର, ଅନଙ୍ଗ କୁମାର ଠାକୁର ନିଜର ଅଭିଜ୍ଞତା ବ୍ୟକ୍ତ କରିଥିଲେ । ଏହି ଶିବିରରେ ଅନ୍ୟ ସୂଚନା ଅଧିକାର କର୍ମୀ ଶଙ୍କର ପାଣିଗ୍ରାହୀ, ଶିବ ପ୍ରସାଦ ସାହୁ, ପ୍ରମୋଦ କୁମାର ବେହେରା, ବିରଂଚି ବହିଦାର, ଜୟ ବିହାରୀ ବିଶ୍ୱାଳ, କାଳିନ୍ଦ୍ରି ମାଝି, କେଦାରନାଥ ନନ୍ଦ, ଆନନ୍ଦ ପ୍ରଧାନ, ବରିଷ୍ଠ ହାଇକୋର୍ଟ ଏଡ୍‌ଭୋକେଟ ମନୋରଞ୍ଜନ ଜେନା, ଟଙ୍କଧର ସାହୁ, ଏଡଭୋକେଟ ତାପସ ସାହୁ, ବଳଦେବ କୁମ୍ଭାର, ବିକାଶ ରଂଜନ ରଥ, ସୂର୍ଯ୍ୟ ରଣା, ସରୋଜ ଭୋଇ, ଅନେକ କଲେଜ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ସୂଚନା କର୍ମୀ ଶଙ୍କର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଏକ ପ୍ରେସ୍‌ମିଟ୍‌ ରଖିଥିଲେ । ରାଜ୍ୟ ସୂଚନା କମିଶନରେ କିପରି ଭାବରେ ସୂଚନା ଆଇନ ଉପରେ ଘୋର ଅବହେଳା କରାଯାଉଛି ଏବଂ ଅନାବଶ୍ୟକ ଆବେଦନ ଫର୍ମ, ପରିଚୟ ପତ୍ର ଇତ୍ୟାଦିର ପ୍ରଚଳନକୁ ସୁଧାର କରିବାର ଆବଶ୍ୟକ ରହିଛି ସେହି ବାବଦରେ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ । ବଲାଙ୍ଗିର ଜିଲ୍ଲା ଓଡିଶା ସୂଚନା ଅଧିକାର ଅଭିଯାନ ଶାଖା ତରଫରୁ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ବଲାଙ୍ଗିର ଜିଲ୍ଲାରେ ସୂଚନା ଅଧିକାର ଆଇନକୁ ଲୋକାଭିମୁଖି କରାଯିବାର ଦୃଢ ପଦକ୍ଷେପ ନିଆଯିବାର ପ୍ରସ୍ତାବ ରଖିଛନ୍ତି ଜିଲ୍ଲା ଅବାହାକ ନୀଳମଣି ଯୋଷୀ ।

jayashree
Leave A Reply

Your email address will not be published.