csstore

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର : “ମାଆ ନାମରେ ଗଛଟିଏ”

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଆନୁକୁଲ୍ୟରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ସଂସ୍ଥାର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ବିଶ୍ୱ ବିଦ୍ୟାଳୟର ପରିସର, ସ୍ୱରାଜ ହସ୍‌ପିଟାଲ ନିକଟବର୍ତ୍ତୀ ରିଂଗରୋଡ, ଘୁକ୍ତିମତୀ ଛାତ୍ରୀ ନିବାସ, ନିରଞ୍ଜନା ଛାତ୍ରୀ ନିବାସ ଏବଂ ନୃସିଂହନାଥ ଛାତ୍ର ନିବାସରେ ସର୍ବମୋଟ ୨୫୦ଟି ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥାକୁ ପ୍ରୋଗ୍ରାମ ଅଧିକାରୀ ସହାୟକ ପ୍ରଫେସର ଦିପ୍ତିମୟୀ ନାଏକ ପରିଚାଳନା କରିଥିଲେ । ଏହି ଅବସରରେ କୁଳପତି ପ୍ରଫେସର ଡ. ଉମା ବଲ୍ଲଭ ମହାପାତ୍ର କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ବୃକ୍ଷରୋପଣର ଉପକାରିତା ବିଷୟରେ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ସଂଯୋଜିକା ଡଃ ପ୍ରିୟଙ୍କା ଚକ୍ରବର୍ତ୍ତୀ, ମାନବ ସମ୍ବଳ ଆୟୋଗର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ଦାସ, ଛାତ୍ର ମଙ୍ଗଳ ଉନ୍ନୟନ ଅଧିକାରୀ ତଥା ଉପକୂଳ ସଚିବ ବିଶ୍ୱଜିତ ବେହେରା, ବରିଷ୍ଠ କାର୍ଯ୍ୟାଳୟ ସହଯୋଗୀ ନରେଶ କୁମାର ବେହେରା ଏବଂ ଜାତୀୟ ସେବା ସଂସ୍ଥାର ଜିଲ୍ଲା ଅଧିକାରୀ ଡ. ଅଜିତ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.