csstore

ଭୁସଲାଡ଼ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୁସଲାଡ଼ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଭୁସଲାଡ଼ ପଞ୍ଚାୟତର ସରପଞ୍ଚ ଦୀପକ କୁମାର ଛୁରାଙ୍କ ସଭାପତିତ୍ୱରେ ଅତିଥି ଭାବେ ଯୁବନେତା ଫିରୋଜ ଖାଁ, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, ଏକାଉଣ୍ଟ ଅଫିସର ଜ୍ୟୋତିପ୍ରକାଶ ମିଶ୍ର, ବଙ୍ଗୋମୁଣ୍ଡା ବ୍ଲକ ସାମାଜିକ ସମୀକ୍ଷକ ସୁଶୀଲ କୁମାର ପୋଡ଼, ଦେଢ଼ଗାଁ ସରପଞ୍ଚ ଜୋସିଏଲ ସେନାପତି, କାର୍ଯ୍ୟ୦ନିର୍ବାହୀ ଅଧିକାରୀ ସଂକୀର୍ତ୍ତନ ମାଝୀ, ଯୁବରାଜ ବେହେରା, ଘାସିରାମ ସାହୁ, ଭୋଜରାଜ ପୁଟେଲ, ଜୟାନନ୍ଦ ବେହେରା, ଗଣେଶ ପୁଟେଲ, ବିପିଏମ୍‌ ବିଜୟ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ବିଷୟରେ ଆଲୋଚନା କରିଥିଲେ । ବିଭିନ୍ନ ବ୍ୟକ୍ତି ବିଶେଷମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କମେଡି କିଙ୍ଗ୍‌ ଯୋଗେଶ ଜୋଜୋ ଯୋଗ ଦେଇଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଗୀତ ମାଧ୍ୟମରେ ଲୋକଙ୍କୁ ଜଣାଯାଇଥିଲା । ଏଥିରେ ଯୋଗାଣ ସହାୟକ, ଜିଓଟେଗ ସମସ୍ତ ୱାର୍ଡ ସଭ୍ୟସଭ୍ୟା, ପଞ୍ଚାୟତ କର୍ମଚାରୀ ସହ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.