ହରଭଙ୍ଗା ଜୁନିୟର ରେଡକ୍ରସ ୟୁନିଟ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର(ଡୁଡକା) ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଜୁନିୟର ରେଡକ୍ରସ ୟୁନିଟ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ ସୋସାଇଟିର ସଂପାଦିକା ସସ୍ମିତା ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ, ସମାଜସେବୀ ଅନିଲ ମୋଦୀ, ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଓ ସାମ୍ବାଦିକ ରଂଜିତ ବେହେରା ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ସ୍ୱଇଚ୍ଛାରେ ରକ୍ତ ଦାନ, ଦୁନିଆଁ ପାଇଁ ଏକ ଅବଦାନ । ରକ୍ତର ବିକଳ୍ପ ନାହିଁ । ରକ୍ତଦାନ କଲେ ସେହି ରକ୍ତରେ ଅଭାବୀ ରହିଥିବା ୪ ଜଣ ବ୍ୟକ୍ତିଙ୍କ ଜୀବନ ବଂଚାଯାଇପାରେ । ଆବଶ୍ୟକ ସମୟରେ ରକ୍ତର ଅଭାବ ଯୋଗୁଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ମଧ୍ୟ ଜୀବନ ଅଛି ଏବଂ ସେମାନଙ୍କୁ ସମାଜର ଲୋକେ ସହାନୁଭୂତିର ସହିତ ଯୁବ ସମାଜ ଆଗେଇ ଆସି ରକ୍ତଦାନ କଲେ, ସେମାନେ ବିଶେଷ ଉପକୃତ ହୁଅନ୍ତେ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ଶିବିରରେ ୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଜୁନିୟର ରେଡକ୍ରସ ସାଧନକର୍ମୀ ତପସ୍ୱିନୀ ଦାଶ, ବରିଷ୍ଠ ଶିକ୍ଷକ ରଘୁନାଥ ଷଡଙ୍ଗୀ, ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଭାରତୀ ପଟ୍ଟନାୟକ, ରକ୍ଷକ ସାଧନକର୍ମୀ ଆଶିଷ ନାଏକ, ପ୍ରଭାକର ଛନ୍ଦ, ସଂଜୀବ ଦାଶ, ସ୍କୁଲ ଆଲୁମିନି ମେମ୍ବର ଅମୀୟ ନନ୍ଦ, ସ୍ୱେଚ୍ଛାସେବୀ ଆଶୁତୋଷ ବାରିକ, ଦେବାଶିଷ ବାରିକ, ପ୍ରଜ୍ଞାନ ଦାଶ, ଲୋଇସିଂହା କସ୍ତୁରବା ସ୍କୁଲର ପ୍ରଧାନଶିକ୍ଷକ ତଥା ଜେଆର୍‌ସି କାଉନସିଲର ସଂଜୀବ ଦାଶ, ବିଶ୍ୱରୂପ ନାଏକ, ଲୋକନାଥ ପୁଟା ପ୍ରମୁଖ ରକ୍ତଦାନ କରିଥିଲେ । ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରେ ଥିବା ରକ୍ତ ସଂଗ୍ରହ କେନ୍ଦ୍ରର କର୍ମଚାରୀ ରଂଜନ ବରାଡ, ଦୁର୍ଗାପ୍ରସାଦ ଆଚାର୍ଯ୍ୟ, କେଶବ ଷାଣ୍ଡ, ସ୍ୱାଗତିକ ରାଉଳ, ଜ୍ୟୋର୍ତିମୟୀ ନାଏକ, ପରମାନନ୍ଦ କୁଁଅର, ଦେବେନ୍ଦ୍ର ନନ୍ଦ, ସୁଜିତ ପୁରୋହିତ, ଅକ୍ଷୟ ବାଗ ପ୍ରମୁଖ ଉପସ୍ଥିର ରହି ରକ୍ତ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା ସଂପାଦକ ହରେକୃଷ୍ଣ ରଥ, ସମାଜସେବୀ ଆକୁଲ ବେହେରା, ନକୁଲ ପଧାନ, ଦୀପକ ପଶାୟତ, ଦେବକାନ୍ତ ମେହେର, ବସନ୍ତ ବୁଡେକ ପ୍ରମୁଖ ସହଯୋଗ କରିଥିଲେ । ସମାଜସେବୀ ଶିକ୍ଷକ ତଥା ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

ten − nine =