pakka

ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

bbehera

ପାଟଣାଗଡ଼, (ପୁସ୍ତମ ଯୁଆଡ଼ି) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାରେ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଝିଅମାନଙ୍କ ପାଇଁ ହେଉଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି କ୍ରମରେ ଅନୁଷ୍ଠିତ ସଭାରେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ଆଭାମୟି ପଟ୍ଟନାୟକ ସଭାପତିିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ଠଣସୁନ୍ଦର ମେହେର, ଭାରତୀ ସେଠ, ଡିଲେଶ୍ୱର ସେଠ, ମନୋଜ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଆତ୍ମସୁରକ୍ଷା ତାଲିମର ଦାୟିତ୍ୱରେ ଥିବା ଅଧ୍ୟାପିକା ସମାପିକା ପଣ୍ଡା ଏହାକୁ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ସୁଶ୍ରୀ ଶୁଭସ୍ମିତା ବେଜ୍ ସହଯୋଗ କରିଥିଲେ । ଏଥିରେ ମାଷ୍ଟର ଟ୍ରେନର ଭାବେ ଡାକପ୍ରିୟା ନାଗ ଯୋଗ ଦେଇଥିଲେ । ଅଧ୍ୟକ୍ଷା ତାଙ୍କ ଅଭିଭାଷଣରେ କହିଥିଲେ ଝିଅମାନଙ୍କ ପାଇଁ ସରକାରଙ୍କ ଏଭଳି ଏକ ପ୍ରୟାସ ନିଶ୍ଚିତ ଭାବେ ସ୍ୱଗତଯୋଗ୍ୟ । ଏହି ଶିବିର ପରେ ଝିଅମାନେ କେବଳ ଶାରୀରିକ କ୍ଷେତ୍ରରେ ନୁହେଁ ମାନସିକ ସ୍ତରରେ ମଧ୍ୟ ଦୃଢ଼ ହୋଇପାରିବେ । ପରେ ଟ୍ରେନରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଝିଅମାନେ କିପରି ଅସୁବିଧା ସମୟରେ ନିଜକୁ ସୁରକ୍ଷିତ ରଖି ପାରିବେ ସେ ଉପରେ ପ୍ରଶିକ୍ଷଣ ଦିଆ ଯାଇଥିଲା । ଶେଷରେ ମନୋଜ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eight + 5 =