pakka

ଯୁବ ସମାଜସେବୀଙ୍କୁ ସହିଦ୍ ରଜନୀକାନ୍ତ ସେବା ସମ୍ମାନ -୨୦୨୪

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ତିରୋଧାନ ଦିବସ ଅବସରରେ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କସର୍ଦା ନିଆଳିଠାରେ ଗ୍ରାମୀଣ ମହୋତ୍ସବ ଏବଂ ତ୍ରିଦିବସୀୟ ଗାନ୍ଧୀ ସେବା ଶିବିର କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ କୃଷିବିତ୍‌ ପ୍ରମୋଦ କୁମାର ମଲ୍ଲିକ ସମ୍ମାନିତ ଅତିଥି ତଥା ବିଜେଡିର ବରିଷ୍ଠ ନେତା ପ୍ରକାଶ ମହାନ୍ତି, ବଳରାମ ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ଅତିଥିମାନେ ସାଂପ୍ରତିକ ସମୟରେ ଦେଶରେ ଗାନ୍ଧୀବାଦର ଆବଶ୍ୟକତାକୁ ନେଇ ନିଜର ଅଭିଭାଷଣ ରଖିଥିଲେ । ଗ୍ରାମର ବିକାଶରେ ହିଁ ଦେଶର ବାସ୍ତବ ବିକାଶ ଲୁଚି ରହିଛି ଏ ସମ୍ପର୍କିତ ଏକ ଆଲୋଚନାଚକ୍ର କାର୍ତ୍ତିକ ଚନ୍ଦ୍ର ଷଡଙ୍ଗୀଙ୍କର ଅଧ୍ୟକ୍ଷତାରେ ଉପସ୍ଥାପିତ ହୋଇଥିଲା । ସଙ୍ଗଠନର ସଭାପତି ପ୍ରସନ୍ନ ପାତ୍ର, ସାଧାରଣ ସମ୍ପାଦକ ସୂର୍ଯ୍ୟକାନ୍ତ ମଲ୍ଲିକ ଏବଂ ସହ ନିର୍ଦ୍ଦେଶକ ଲଲାଟେନ୍ଦୁ ପାତ୍ର ପ୍ରମୁଖ ଶିବିରରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ କାର୍ଯ୍ୟ କରି ସ୍ୱାବଲମ୍ବୀ ହେବା ପାଇଁ ତାଲିମ ପ୍ରଦାନ କରିଥିଲେ । ଆଗାମୀ ଦିନରେ ରାଜ୍ୟର ଯୁବକ ଯୁବତୀମାନଙ୍କୁ ସ୍ୱରୋଜଗାର ଯୋଗାଇ ଦେବା କ୍ଷେତ୍ରରେ ସଂଗଠନ ନିଜର ପ୍ରୟାସ ଜାରି ରଖିବ ବୋଲି ଉପସ୍ଥିତ କର୍ମକର୍ତ୍ତାମାନେ ନିଜର ପ୍ରତିଶ୍ରୁତି ଉପସ୍ଥାପନ କରିଥିଲେ । ଏହି ଅବସରରେ ରାଜ୍ୟରେ ସମାଜ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୁବ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଥିଲା । ସମାଜସେବା, ଶିକ୍ଷା, ରକ୍ତଦାନ ଏବଂ ଭାରତୀୟ ସଂସ୍କୃତିର ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରୀ ଜିଲ୍ଲା ପିପିଲି ସୁବୁଦ୍ଧିପଡ଼ା ଗ୍ରାମର ଯୁବ ସମାଜସେବୀ ପଦ୍ମଲୋଚନ ମହାପାତ୍ରଙ୍କୁ ଅତିଥିମାନେ ‘ସହିଦ୍ ରଜନୀକାନ୍ତ ସେବା ସମ୍ମାନ ୨୦୨୪’ରେ ସମ୍ମାନିତ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶିବିର ସୁପରିଚାଳନା ଅନୁଷ୍ଠାନର ଅଧକ୍ଷ ତଥା ଯୋଗ ପ୍ରଶିକ୍ଷକ ସନ୍ତୋଷ କୁମାର ମାଝୀ ଉଦ୍‌ଯାପନୀ ଅଭିଭାଷଣ ରଖିଥିଲେ ।

jay balangir
Leave A Reply

Your email address will not be published.

2 × two =

error: Content is protected !!