csstore

ରକ୍ତଦାନ ଶିବିରରେ ଯୋଗଦେଲେ ବିଧାୟକ ସରୋଜ କୁମାର ମେହେର

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ବେଲପଡା ଜନକଲ୍ୟାଣ ଷ୍ଟ୍ରଟ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଧାୟକଙ୍କ ପ୍ରତିନିଧି କୁମୁଦ ମହାକୁଡ଼, ବେଲପଡା ବ୍ଲକ ୨୪ ନମ୍ବର ଜୋନର ଜିଲ୍ଲା ପରିଷଦ ଜୟ ଧରୁଆ, ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ରବୀନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନଙ୍କୁ ଜନକଲ୍ୟାଣ ଷ୍ଟ୍ରଟ ଦ୍ୱାରା ବହୁ ଜୋରଦାରରେ ପୁଷ୍ପ, ଚନ୍ଦନ, ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ କରି ପୂଜାର୍ଚ୍ଚନା କରିବା ସହ ସମସ୍ତେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ରକ୍ତଦାନ ଶିବିର ବିଧାୟକଙ୍କ କର କମଳରେ ଶୁଭାରମ୍ଭ ହୋଇଥିଲା । ଏଥିରେ ସର୍ବମୋଟ ୩୪ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତଦାନ କରିଥିବା ମହାନ ବ୍ୟକ୍ତିମାନଙ୍କୁ ଜନକଲ୍ୟାଣ ଷ୍ଟ୍ରଟ ପକ୍ଷରୁ ଧନ୍ୟବାଦ ଅର୍ପଣ ଜଣାଇଥିଲେ । ଏହି ରକ୍ତଦାନ ଶିବିରରେ ଜନକଲ୍ୟାଣ ଷ୍ଟ୍ରଟ ସମସ୍ତ ସଭ୍ୟ ସଭ୍ୟା ପୂର୍ଣ୍ଣ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.