oom

ଜଙ୍ଗଲ ଓ ରାଜସ୍ୱ ବିଭାଗର ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ନେଇ ଡିଜିଟାଲ ପ୍ରଶିକ୍ଷଣ ଶିବିର

jsmm

ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଥିବା ରାଜସ୍ୱ ବିଭାଗ ଓ ବନ ବିଭାଗର ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ନେଇ ଡିଜିଟାଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ବନ ବିଭାଗ ସମ୍ମିଳନୀ କକ୍ଷରେ ବନଖଣ୍ଡୀୟ ଅଧିକାରୀ ପ୍ରତାପ କୋତାପଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ଆଇଟି ବିଭାଗ) ପ୍ରଫୁଲ କୁମାର ମଲିକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ, ଆଇଟି ଡିଏଫଓ ସୁନିତା ଜୀ,ବରିଷ୍ଠ ବୈଜ୍ଞାନିକ ଓରସାକ ପି.କେ. ପରିଡା ଯୋଗ ଦେଇଥିଲେ ।

ଜିଲ୍ଲାରେ ଥିବା ସମସ୍ତ ରାଜସ୍ୱ ଓ ବନ ବିଭାଗର ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ଡିଜିପିଏସ୍‌ ସର୍ଭେ ମାଧ୍ୟମରେ କିପରି କରାଯିବ ସେ ନେଇ ବନ ବିଭାଗ ଓ ରାଜସ୍ୱ ବିଭାଗ ଅଧିକାରୀ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସାତୋଟି ଯାକ ତହସିଲର ତହସିଲଦାର, ଅତିରିକ୍ତ ତହସିଲଦାର, ଆରଆଇ ଓ ରାଜସ୍ୱ କର୍ମଚାରୀ ଏବଂ ସାତୋଟି ଯାକ ରେଞ୍ଜର, ଅତିରିକ୍ତ ରେଞ୍ଜର, ବନପାଳ ଓ ବନ କର୍ମଚାରୀମାନେ ଉପସ୍ଥିତ ରହି ତାଲିମ ନେଇଥିଲେ । ଶେଷରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.