jayashree

ସାଧାରଣ ଉଦ୍ୟୋଗ ବିକାଶ ତାଲିମ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ମଲ୍ଲିକ ମୁଣ୍ଡା ଗ୍ରାମ ପଂଚାୟତ ପରିସରରେ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ, ସୁବର୍ଣ୍ଣ ପୁର ଆନୁକୁଲ୍ୟରେ ସାଧାରଣ ଉଦ୍ୟୋଗୀ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶିକା ଚୁଲେଶ୍ୱରୀ ଦାଶଙ୍କ ନିର୍ଦ୍ଦେଶରେ ତଥା ବରିଷ୍ଠ ପ୍ରଶିକ୍ଷକ ସତ୍ୟ ବ୍ରତ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୀର୍ଘ ୬ ଦିନ ଧରି ତାଲିମ ଶିବିରଟି ଚାଲୁ ରହିବ ବୋଲି ସୂଚନା ମିଳିଛି । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ ଅଫିସ ସହାୟକ ଅସିତ ପାଣିଗ୍ରାହୀ, ସରପଂଚ ଜ୍ୟୋତ୍ସ୍ନାମୟୀ ମେହେର, ଭଗବାନ ବଗର୍ତୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ତାଲିମ ଶିବିରରେ ସର୍ବମୋଟ ୩୫ ଜଣଙ୍କୁ ତାଲିମ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନାରୁ ପ୍ରକାଶ । ସୁବର୍ଣ୍ଣପୁର ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ଏହିଭଳି ଆତ୍ମନିଯୁକ୍ତି ପ୍ରଶିକ୍ଷଣକୁ ଜନସାଧାରଣ ଭୂୟସୀ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.