ସେନ୍‌ଚ୍ୟୁରିଆନ୍‌ ବିଶ୍ୱବିଦ୍ୟାଳୟର ବୋଟାନି ବିଭାଗରେ ଟପ୍ପର ହେଲେ ଶୁଭ୍ରାଂଶୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସେନ୍‌ଚ୍ୟୁରିଆନ୍‌ ବିଶ୍ୱବିଦ୍ୟାଳୟର ୬ଟି କ୍ୟାମ୍ପସ୍‌ ଥିବାବେଳେ ଭୁବନେଶ୍ୱର କ୍ୟାମ୍ପସ୍‌ରେ ଥିବା ପିଜି ବୋଟାନି ବିଭାଗରେ ଟପ୍ପର ହୋଇଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଭେଉଁରିଆ ଗ୍ରାମର ଦିଲ୍ଳୀପ ସାହୁଙ୍କ ଝିଅ ଶୁଭ୍ରାଂଶୀ ସଂଶ୍ଲିଷ୍ଟା ସାହୁ । ଶୁଭ୍ରାଂଶୀ ପିଜିର ୪ଟି ସେମିଷ୍ଟାରରେ ୯ ପଏଣ୍ଟରୁ ଅଧିକ ମାର୍କ ରଖିଥିଲେ । ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ତାଙ୍କ ଘରର ଅଜାଆଈ, ପିତା ଦିଲ୍ଲୀପ ସାହୁ, ମାଆ କମଳା ସାହୁ, କାକା ପ୍ରଦୀପ ସାହୁ, ଖୁଡ଼ି ଯାଜ୍ଞସେନୀ ସାହୁ ଏବଂ ଭାଇଭଉଣୀ ବେଶ୍‌ ଆନନ୍ଦିତ ଥିବାବେଳେ ସ୍ଥାନୀୟ ବୁଦ୍ଧିଜୀବୀ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.