csstore

ମାଣ୍ଡିଆ ବିକ୍ରୟ ନିମନ୍ତେ ସଚେତନ ରଥ ଶୁଭାରମ୍ଭ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କୃଷି ବିଭାଗ କାର୍ୟ୍ୟାଳୟ ଠାରେ ଆତ୍ମା ବଲାଙ୍ଗିର ମିଲେଟ ମିଶନ ଓ୍ବାସନ ଏବଂ ଓ୍ବାଇସିଡିଏ ମିଳିତ ଆୟୋଜନରେ ମାଣ୍ଡିଆ ବିକ୍ରୟ ନିମନ୍ତେ ସଚେତନ ରଥ ଶୁଭଆରମ୍ଭ ହୋଇଯାଇଛି । ଏହି ରଥ ୧୬ଦିନ ପର୍ୟ୍ୟନ୍ତ ଖପ୍ରାଖୋଲ ବ୍ଲକର ସମସ୍ତ ଗାଁକୁ ଯାଇ ମାଣ୍ଡିଆ ଚାଷ କମ୍ ଖର୍ଚ୍ଚରେ କିପରି କରିବେ ଏବଂ ମାଣ୍ଡିଆକୁ ମଣ୍ଡିରେ କିପରି ବିକି ଲାଭବାନ ହେବେ, ତାହା ଉପରେ ପ୍ରଚାର ପ୍ରସାର କରିବାର ଆଲୋଚନା ହୋଇଥିଲା । ଏହି ମାଣ୍ଡିଆ ବିକ୍ରୟ ସଚେତନ ରଥକୁ ଖପ୍ରାଖୋଲ ବିଡିଓ ତରଣୀ ସୁନା ଉଦଘାଟନ କରି ସବୁଜ ପତାକା ଦେଖାଇ ଶୁଭଆରମ୍ଭ କରିଥିଲେ । ପରେ ଶ୍ରୀ ସୁନାଙ୍କ ଅଧ୍ୟକ୍ଷତାରେ ଏକ ସଭା କରି ମାଣ୍ଡିଆ ଚାଷୀମାନଙ୍କୁ କିପରି ସୁବିଧା ଦିଆଯାଇ ପାରିବେ ଏବଂ କୃଷି ଯନ୍ତ୍ରପାତି ଯୋଗାଇ ଦିଆଯିବ ତାହା ଉପରେ ବିଶେଷ ଆଲୋଚନା ହୋଇଥିଲା । ଏହି କାର୍ୟ୍ୟକ୍ରମରେ ଏଡିଓ ଯୋଗେନ୍ଦ୍ର ନାଥ ସିଂ, ବିଏଓ ଯଶୋବନ୍ତ ସାହୁ, ଓ୍ବାସନ ଡିସି ଯୋଶବନ୍ତ ନାଏକ, ଓ୍ବାଇସିଡିଏ ବ୍ଲକ କୋଡିନେଟର ହେମବତୀ ନନ୍ଦନ ବେହେରା, ଉଦ୍ୟାନ ବିଭାଗ ଶେଷଦେବ ମାଝି ଥିବାବେଳେ ଖପ୍ରାଖୋଲ ସରପଞ୍ଚ ଉପେନ୍ଦ୍ର ଭୋଇ, ଘୁନସର ସରପଞ୍ଚ କପିଲ ବୁଡେକ, ନାନ୍ଦୁପଲା ସରପଞ୍ଚ ସୁରେଶ ପୁଝାରୀଙ୍କ ସମେତ ସମସ୍ତ କୃଷି ଅଧିକାରୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.