csstore

ଦାନା ପାଇଁ ଦାଦନ : ଫେରିଲା ମୃତ ଦେହ

ସଇଁନ୍ତଳା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗୀର ଜିଲ୍ଲା ଏକ ପଛୁଆ ଅଞ୍ଚଳ ହୋଇଥିଲେ ସୁଦ୍ଧା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ପ୍ରଶାସନ ନିରବ ଦ୍ରଷ୍ଟା । ଫଳରେ ବହୁ ଲୋକ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଥିବା ବେଳେ ଜଣେ ଦାଦନର ମୃତ ଦେହ ଗାଁ କୁ ଫେରିଛି । ସୂଚନା ଯୋଗ୍ୟ ଯେ, ସଇଁନ୍ତଳା ବ୍ଲକ ଅନ୍ତର୍ଗତ କୁଆଁର ଗାଁ ପଞ୍ଚାୟତର ଡୁଙ୍ଗୁରିପାଲି ଗାଁର ୨୮ ବୟସୀୟ ମୋନାଜ ଭାଇ ଗତ ତିନିରୁ ଚାରି ମାସ ହେବ ଗୁଜୁରାଟକୁ ଯାଇ ଏକ ଠିକା ସଂସ୍ଥାରେ ଶ୍ରମିକ ଭାବରେ ଘର ନିର୍ମାଣ କାମରେ ନିୟୋଜିତ ଥିବା ବେଳେ ଗତ ଦୁଇରୁ ତିନି ଦିନତଳେ ଛାତ ଉପରୁ ଖସି ପଡିଥିଲେ । ଘଟଣା ସମ୍ପର୍କରେ ତାଙ୍କ ସାଥି ଶ୍ରମିକ ମାନେ ସୂଚନା ପାଇ ‌ସ୍ଥାନୀୟ ଡାକ୍ତରଖାନା ନେଇରେ ଭର୍ତି କରିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସାଥି ଶ୍ରମିକ ମାନେ ଆମ୍ବୁଲାନ୍ସ ଜରିଆରେ ମୃତ ଦାଦନ ଶ୍ରମିକଙ୍କୁ ତା‌ଙ୍କ ଗାଁକୁ ଆଣିଥିଲେ । ଏବେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ତାଙ୍କର ପରିବାରକୁ ସରକାର ଉପଯୁକ୍ତ ସାହାଯ୍ୟର ହାତ ବଢ଼ାଇବା ଆବଶ୍ୟକ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।

jayashree
Leave A Reply

Your email address will not be published.