jayashree

ଯୋଗୀସର୍ଡା ସ୍ଥିତ ଯୋଗେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଲୋଇସିଂହା ବ୍ଲକର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଯୋଗୀସର୍ଡ଼ା ସ୍ଥିତ ଯୋଗେଶ୍ୱର ବାବାଙ୍କ ଠାରେ ବୋଲବମ୍ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ଆଜି ସକାଳ ୪ ଟାରୁ ପ୍ରଭୁଙ୍କ ଦିବ୍ୟସ୍ନାନ ସହ ଆଳତି ଓ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଦିବ୍ୟ ଦର୍ଶନ ବ୍ୟବସ୍ଥା ହୋଇଥିଲା । ବହୁ ଦୂର ଦୂରାନ୍ତରୁ ହଜାର ହଜାର ବୋଲବମ ଭକ୍ତ ପୀଠରେ ଜଳ ଅର୍ପଣ କରିଥିଲେ । ସ୍ଥାନୀୟ କମିଟି ତରଫରୁ ଉପସ୍ଥିତ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଭିଡ ନିୟନ୍ତ୍ରଣ ପାଇଁ ଲୋଇସିଂହା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

Leave A Reply

Your email address will not be published.