
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସରଜୁ ବାଗ ଅବସର ନେଇଛନ୍ତି । ସେ ୧୫ ଜୁନ ୧୯୯୨ ରେ ଶିକ୍ଷକତା ଆରମ୍ଭ କରିଥିବା ବେଳେ ୩୧ ଜୁଲାଇ ୨୦୨୬ରେ ଅଲଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇଛନ୍ତି । ଏହି ଅବସରରେ ତାଙ୍କ ସ୍କୁଲରୁ ତାଙ୍କୁ ସମ୍ବର୍ଦ୍ଧନା ଦେଇ ବିଦାୟ ଦେଇ ସିନ୍ଧେକେଲା ଘର ପର୍ଯ୍ୟନ୍ତ ଛାଡି ଦିଆଯାଇଥିଲା । ଏଥିରେ ସ୍କଲର ଛାତ୍ରଛାତ୍ରୀ, ଅଲଣ୍ଡା କ୍ଲଷ୍ଟରର ସିଆରସିସି ସହ ଶିକ୍ଷକ, ଏସ୍ଏମ୍ସି କମିଟି ଓ ଅଭିଭାବକ ସମସ୍ତେ ଉପସ୍ଥିତ ଥିଲେ । ଘରେ ତାଙ୍କ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ଶିପକା, ଓଏଏସ୍ ଦୁଇ ଝିଅ ଓ ତାଙ୍କ ପୁଅ ସ୍ୱାଗତ କରିଥିଲେ ।