
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଫରେଷ୍ଟ ରେଞ୍ଜ ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାଟମଙ୍ଗଳା ଦେବୀଙ୍କ ସନ୍ନିକଟ ତେତେଲଦାଦର ଠାରେ କରନ, ଜାମ, ବିଜା ପ୍ରଭୃତି ପ୍ରାୟ ୫ ଶହ ଚାରା ରୋପଣ କରାଯାଇଥିଲା । ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକଙ୍କ ପରିଚାଲନା କ୍ରମେ ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବନାଞ୍ଚଳ ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶି ସାମିଲ ରହି ଗଛର ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ଏହି ପରିପେକ୍ଷୀରେ ପଲ୍ଲୀ ଆଲୋକ ପାଠାଗାର ସଭାପତି ରମେଶ ପଧାନଙ୍କ ସମେତ ସମସ୍ତ ଯୁବଗୋଷ୍ଠୀ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।