oom

ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କୁ ଗତକାଲି ଦ୍ୱାଦଶାହ ଅବସରରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ସଭାପତି ବିଭୁତି ଭୁଷଣ କର ଅଧ୍ୟକ୍ଷତା କରି ସ୍ୱର୍ଗତ ବେହେରାଙ୍କୁ ଜଣେ ବହୁ ମୁଖୀ ପ୍ରତିଭା ବୋଲି ବର୍ଣ୍ଣନା କରିଥିଲେ । ସେ ଏକାଧାରରେ ଜଣେ ଲେଖକ, ଅଭିନେତା, ପ୍ରଶାସକ ଓ ସାମ୍ବାଦିକ ଭାବେ ପରିଚିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି, ଭୁବନେଶ୍ୱର ସାମ୍ବାଦିକ ସଂଘ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ଲିଙ୍ଗରାଜ ସାହୁ, ଅଜିତ ରଥ,ଟୁଲୁ କୁମାର ପାତ୍ର, ମନୋଜ ପ୍ରଧାନ, ରଶ୍ମିରଞ୍ଜନ ସ୍ୱାଇଁ, ସୁନିଲ ନାୟକ, ଭରତ ବେହେରା ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ବେହେରାଙ୍କ ସ୍ମୃତି ଚାରଣ କରିଥିଲେ ।

jittmm
Leave A Reply

Your email address will not be published.