pakka

ସ୍ୱର୍ଗତ ଚାରଣ ରାମ ଦାସଙ୍କ ଗୋଟିଏ ବର୍ଷ ପୂର୍ତ୍ତି ଅବସରରେ ପବିତ୍ର ଶ୍ରାଦ୍ଧଦିବସ ପାଳନ

bbehera

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ଜଗନ୍ନାଥ ଧାମ, ଶାସ୍ତ୍ର, ଦର୍ଶନର ବିଶାରଦ, ପ୍ରବଚକ, କଥାବାଚକ ସ୍ୱର୍ଗତ ପଣ୍ଡିତ ଚାରଣ ରାମ ଦାସ ଆଉ ଆମ ଗହଣରେ ନାହାନ୍ତି । ଦେଖୁ ଦେଖୁ ତାଙ୍କ ମୃତ୍ୟୁର ଏକ ବର୍ଷ ଅତିକ୍ରାନ୍ତ ହୋଇଗଲା ଓ ଏହି ଅବସର କ୍ରମେ ଗତକାଲି ସ୍ଥାନୀୟ ଜିଲ୍ଲା ସାଂସ୍କୃତିକ ଭବନ ପୁରୀ ଠାରେ ତାଙ୍କ ସ୍ମୃତି ସଭାର ବିଶେଷ ଆୟୋଜନ କରାଯାଇଥିଲା । ଚାରଣ ଗୋଷ୍ଠୀ ଓ ପୁରୀ ଜଗନ୍ନାଥ ସେବକ ସମାଜ ଦ୍ୱାରା ବେଦ ଓ ବିଷ୍ଣୁ ସହସ୍ର ନାମ ଜପର ମହାଆୟୋଜନ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ଭକ୍ତ ଗଣ ତାଙ୍କ ସମ୍ପର୍କିତ ଆଲୋଚନା କରିବା ସହ ତାଙ୍କ ଜଗନ୍ନାଥ ସଂସ୍କୃତି ସମ୍ପର୍କୀୟ ପାଣ୍ଡିତ୍ୟର ପ୍ରତିଫଳନରେ କିଭଳି ଜଗନ୍ନାଥ ପ୍ରଭୁଙ୍କ ପ୍ରବଚନ ଓଡିଶା ଜନ ମାନସରେ ଛାଇଁ ଯାଇଥିଲା ତାହା ଜାଣିବା ଆବଶ୍ୟକ ବୋଲି ନିଜ ନିଜ ମତ ଉପସ୍ଥାପନା କରି କରିଥିଲେ ।

ପଣ୍ଡିତ ଚାରଣ ରାମ ଦାସ ଅନେକ ସମୟରେରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନର ପ୍ରଚାର ଓ ପ୍ରସାର ପାଇଁ ମୁଁ କେବଳ ଜଣେ ସେବକ ନୁହେଁ ବରଂ ପ୍ରଭୁଙ୍କ ପ୍ରତିନିଧି ବୋଲି ନିଜକୁ ପରିଚୟ ଦେଇ ଏହି ବିଶାଳ ଜଗନ୍ନାଥ ଦର୍ଶନର ଧାର୍ମିକ ତତ୍ତ୍ୱକୁ ଅତି ସୁନ୍ଦର, ସରଳ ଭାବରେ ଲୋକଙ୍କୁ ବୁଝାଇବାରେ ସମର୍ଥ ହୋଇଥିଲେ । ସେ ଏଭଳିକି ମଣିଷ ଜୀବନର ବାସ୍ତବିକତା, ବଂଚିବାର ଯଥାର୍ଥ ରୀତି ନୀତିକୁ ତାଙ୍କ ନିଜସ୍ୱ ଢଙ୍ଗରେ ବୁଝେଇବାର ଯାଦୁଇ କଥାପଂକ୍ତି, ଗୀତିକାର ସୁର ଓ ନିଜ ସେବକ ଦଳମାନଙ୍କ ଦ୍ୱାରା ଜଗତର ନାଥ ଜଗନ୍ନାଥଙ୍କ ଗାଥାକୁ ପ୍ରସ୍ତୁତି କରିବାର ଅପୂର୍ବ କଳା ଓଡିଶାର ପୁରପଲ୍ଲୀରେ ଏଭଳି ପ୍ରସାରିତ ହୋଇପାରୁଥିଲା ଯାହା ପାଇଁ ସେ ସଭିଙ୍କ ଆପଣାର ହୋଇ ପାରିଥିଲେ । ତାଙ୍କ ଲିଖିତ ଅନେକ ଜଗନ୍ନାଥ ପୁସ୍ତକ ଓ ମର୍ମବାଣୀ ଓଡିଶାରେ ଚିର ଜୀବନ୍ତ ହୋଇ ରହିବ ଏବଂ ତାଙ୍କ ସ୍ମୃତିରେ ନିକଟ ଭବିଷ୍ୟତରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରକାଶିତ କରାଯିବ ବୋଲି ପୁରୀ ଜିଲ୍ଲାର ଚାରଣ ଦିବ୍ୟାନୁଷ୍ଠାନ ଘୋଷଣା କରିବା ସହ ଏହାକୁ ସତ୍ୟ ରଞ୍ଜନ ମିଶ୍ର ଓ ସୂର୍ଯ୍ୟ ନାରାୟଣ ବେହେରା, ଶ୍ରୀମତୀ ମିଲୋନୀ ବେହେରା, ସ୍ୱର୍ଗତ ଚାରଣ ରାମ ଦାସଙ୍କ ସହଧର୍ମିଣୀ ସୁଜାତା ବେହେରା, ପୁଅ କ୍ରିଷ୍ଣ ଦୀପାୟନ ସୁଶ୍ରୀ ପ୍ରାର୍ଥନା ବେହେରା, ଶ୍ରୀମତୀ ଜ୍ୟୋସ୍ନା ମିଶ୍ର, ଜ୍ଞାନ ରଞ୍ଜନ ବେହେରା, ଶ୍ରୀମତୀ ଝରଣା ବେହେରା ଇତ୍ୟାଦି ଚାରଣ ରାମ ଦାସଙ୍କ ଜୟନ୍ତୀ ଓ ସ୍ମୃତି ସଭାକୁ ଆସନ୍ତା ଦିନମାନଙ୍କରେ ମହା ସମାରୋହରେ ପାଳନ କରିବା ପାଇଁ ସହ ସମ୍ମତି ପ୍ରକାଶ କରିଥଲେ । ସମ୍ପୂର୍ଣ୍ଣ ସ୍ମୃତି ସଭାକୁ ଦିବ୍ୟ ଚାରଣ ସଂଘ ଗୋଷ୍ଠୀ ପରିଚାଳନା କରିଥିଲେ ।

Leave A Reply

Your email address will not be published.

eighteen − 3 =