pakka

ବ୍ରହ୍ମାକୁମାରୀ ଦାଦୀ ଜାନକୀ ଦେବୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ଦିବସ ପାଳିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ର ଆନୁକୂଲ୍ୟରେ ଦାଦୀ ଜାନକୀଦେବୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ଦିବସ ଅବସରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ଦାଦୀଜୀଙ୍କ ଜନ୍ମ ୧୯୧୬ ମସିହାରେ ହୋଇଥିବା ବେଳେ ସେ ୧୯୩୭ରେ ମାଉଣ୍ଟଆବୁ ବ୍ରହ୍ମାକୁମାରୀ ବିଶ୍ୱ ମୁଖ୍ୟକାର୍ଯ୍ୟାଳୟରେ ଦାୟିତ୍ୱ ନେଇ ଅବିନାଶୀ ରୁଦ୍ରଗୀତା ଜ୍ଞାନ ଯଜ୍ଞରେ ନିଜର ଅବିଶ୍ରାନ୍ତ ସେବା ପ୍ରଦାନ କରିଆସିଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ସେ ବ୍ରହ୍ମଚାରୀ ବ୍ରତ ପାଳନ ପୂର୍ବକ ସଂସାରକୁ ଉଚିତ୍‌ ମାର୍ଗ ଓ ଦିଗଦର୍ଶନ ଦେଇ ଆସିଥିଲେ । ସେ ଜଣେ ନିଷ୍କପଟ, ଅନାଶକ୍ତ, ଉତ୍ତମ ବ୍ୟବହାର, ଉତ୍ତମ ଆଚରଣ, ଉତ୍ତମ ବିଚାର ଧର୍ମୀ ସ୍ଵଭାବର ବ୍ୟକ୍ତିତ୍ତ୍ୱ ଥିଲେ । ଜୀବନର ଶେଷ ଯାଏ ଭଗବତ ସେବାରେ ନିୟୋଜିତ ହୋଇଥିଲେ । ଶେଷରେ ୨୦୨୦ ମସିହା ମାର୍ଚ୍ଚ ମାସ ୨୭ ତାରିଖରେ ୧୦୪ବର୍ଷ ବୟସରେ ସେ ସ୍ଵର୍ଗାରୋହଣ କରିଥିଲେ । ସେହି ମହାନ ଆତ୍ମାଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ଶାଖା ସଞ୍ଚାଳିକା ବ୍ରହ୍ମାକୁମାରୀ ବିଜୟଲକ୍ଷ୍ମୀ ଏହି କାର୍ଯ୍ୟକ୍ରମରେ ପୌରାହିତ୍ୟ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିପୁଳିଙ୍ଗୀ ସରପଞ୍ଚ ସୁରେଶ ଦାସ ଯୋଗଦେଇଥିଲେ । ବ୍ରହ୍ମାକୁମାରୀ ଭାଇ ଜୀବନ, ବାଳକୃଷ୍ଣ, ଲକ୍ଷ୍ମଣ, କୈଳାସ ଏବଂ ଭଉଣୀ ଦୀପା, ମାମାଲି ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

four × five =