pakka

ମହିମା ବୃଦ୍ଧାଶ୍ରମ ଝିଙ୍କି ଠାରେ ବିଶ୍ୱ ଶ୍ରବଣ ଦିବସ ପାଳିତ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ମହିମା ବୃଦ୍ଧାଶ୍ରମ ଝିଙ୍କି ସଦର ମହକୁମା ସୁବର୍ଣ୍ଣପୁରଠାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୁଲ୍ୟରେ ବିଶ୍ୱ ଶ୍ରବଣ ଦିବସ ପାଳିତ ହୋଇଯାଇଛି । ସେବାଶ୍ରମର ବରିଷ୍ଠ ନାଗରିକ ତଥା ଭିନ୍ନକ୍ଷମ ମାନଙ୍କୁ ନେଇ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ସହକାରୀ ଜନସ୍ୱାସ୍ଥ୍ୟ ଅଧିକାରୀ (ଟିବି) ଡା.ପଦ୍ମହଂସା ଦୋରା ପୌରହିତ୍ୟ କରିଥିବା ବେଳେ ସହକାରୀ ଜନସ୍ଵାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା.ମଞ୍ଜୁରାଣୀ ସିଂ ମୁଖ୍ୟ ଅତିଥି ଓ ଡା.ରଶ୍ମି ରଞ୍ଜନ ହୋତା (ଗଳା, ନାଶା, କର୍ଣ୍ଣ) ବିଶେଷଜ୍ଞ ମୁଖ୍ୟ ଉପଦେଷ୍ଟା ଭାବରେ ଯୋଗ ଦେଇଥିଲେ । ସମସ୍ତ ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ହେବା ପରେ ପ୍ରଥମେ ଅତିଥିଙ୍କ ଦ୍ଵାର ଅନ୍ତେବାସୀ ମାନଙ୍କୁ ହେଣ୍ଡୱାସ, ସାନିଟାଇଜର ଓ ମାସ୍କ ବଣ୍ଟନ କରାଗଲା ଓ ପରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଡା. ଦୋରା, ଡା. ସିଂ, ଡା. ହୋତା ବିଶ୍ୱ ଶ୍ରବଣ ଦିବସ ୨୦୨୨ର theme ” To hear for life listen with care ” ର ଅର୍ଥକୁ ବୁଝାଇବା ସଙ୍ଗେ ସଙ୍ଗେ ଆମେ ସମସ୍ତେ କିପରି ଭାବରେ ଆମ “କାନ”ର ଯତ୍ନ ତଥା ସୁରକ୍ଷା କରି ପାରିବା ସରଳ ଭାଷାରେ ବୁଝାଇ ଥିଲେ । ସମସ୍ତ ଅନ୍ତେବାସୀଙ୍କୁ ମିଷ୍ଠାନ, ପାଣି ବୋତଲ ଓ ମୃଦୁ ପାନୀୟ ବଣ୍ଟନ କରାଯାଇଥିଲା । ସଭାକାର୍ଯ୍ୟକୁ ଅକ୍ରୁର କୁମାର ହୋତା ପରିଚାଲନା କରିଥିବା ବେଳେ ଗିତାଞ୍ଜଳୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

7 + 19 =