csstore

ଲଳିତ ଥିଲେ ସମାଜସେବୀ ତିଆରି କାରଖାନା : ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘର ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଆୟୋଜିତ ଏକ ଶୋକସଭାରେ ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସଂଘର ସଭାପତି ହେମନ୍ତ ପଣ୍ଡା ସ୍ୱର୍ଗତ ନାୟକଙ୍କ ସ୍ମତିଚାରଣ କରି ତାଙ୍କୁ ସମାଜସେବୀ ତିଆରି କାରଖାନା ଥିଲେ ବୋଲି କହିବା ସଙ୍ଗେ ତାଙ୍କ ଅବର୍ତ୍ତମାନ ବଲାଙ୍ଗିରର ସାମାଜିକ ଜନ ଜୀବନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ଏବଂ ଏହା ଆପୂରଣୀୟ ହୋଇ ରହିବ ବୋଲି କହିଥିଲେ । ସ୍ୱର୍ଗତ ନାୟକ ବଲାଙ୍ଗିର ଏବଂ ଆଖପାଖ ଜିଲ୍ଲାରେ ହଜାର ହଜାର ରକ୍ତଦାତା ସୃଷ୍ଟି କରିଥିଲେ ଏବଂ ଏହି ରକ୍ତଦାତାଙ୍କ ମଧ୍ୟରୁ ବହୁ ରକ୍ତଦାତା ଅନେକ ବାର ରକ୍ତ ଦାନ କରି ହଜାର ହଜାର ରୋଗୀଙ୍କୁ ସହାୟତା ଯୋଗାଇ ଦେଇଛନ୍ତି ବୋଲି ଶ୍ରୀ ପଣ୍ଡା କହିଥିଲେ । ସ୍ୱର୍ଗତ ନାୟକ ବସ୍‌ ମାଲିକ ସଂଘର ଜଣେ ପରମ ବନ୍ଧୁ ଏବଂ ମାର୍ଗ ଦର୍ଶକ ଥିଲେ ବୋଲି କୁହାଯାଇଛି । ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଏହି ଶୋକ ସଭାରେ ଉପସଭାପତି ସୌମେନ୍ଦ୍ର ପରିଛା, ସହ ସମ୍ପାଦକ ଲିକୁନ ଆଚାର୍ୟ୍ୟ, କୋଷାଧ୍ୟକ୍ଷ ଶିବ ଶଙ୍କର ପଟେଲଙ୍କ ସମେତ ସଂଘର ଉପଦେଷ୍ଟା ସଭ୍ୟ ମାନସ ରଞ୍ଜନ ନାୟକ, ମନୋଜ ଗୁରୁଙ୍କ ସହ ସତ୍ୟ ପତି ଏବଂ ବହୁ ବରିଷ୍ଠ ସଭ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.