pakka

ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ଓୟୁଜେର ପୂର୍ବତନ ସଭାପତି ଶଙ୍କର ମିଶ୍ରଙ୍କ ବିୟୋଗରେ ଶୋକସଭା

bbehera

କଂଟାବାଂଜି, (ମନିଶ କୁମାର ହଂସ): ବଲାଙ୍ଗିର ଜିଲ୍ଲାର ବରିଷ୍ଠ ଖବରଦାତା ତଥା ଓଡିଶା ରାଜ୍ୟ ୟୁନିୟନ ଅଫ୍‌ ଜୋର୍ନାଲିଷ୍ଟର ପୂର୍ବତନ ସଭାପତି ଶଙ୍କର ପ୍ରସାଦ ମିଶ୍ରଙ୍କ ବିୟୋଗରେ ସାଂବାଦିକ ସଂଘ କଂଟାବାଂଜି ଦ୍ୱାରା ଏକ ଶୋକ ସଭା ଆଜି ସନ୍ଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ସଭାରେ ସ୍ୱର୍ଗତ ମିଶ୍ରଙ୍କ ଅମର ଆତ୍ମାର ସଦଗିତ ପାଇଁ ନିରବ ପ୍ରାର୍ଥନା କରାଯାଇ ପରିବାର ବର୍ଗଙ୍କୁ ସରକାରୀ ସାହାଯ୍ୟ ଯୋଗାଇବା ପାଇଁ ପ୍ରସ୍ତାବ ଆଗତ କରାଯାଇଛି । ଶୋକସଭାରେ ସଂଘର ସଭାପତି ସୁବାଷ ଚନ୍ଦ୍ର ବେହେରା, କାର୍ଯ୍ୟକାରୀ ସଭାପତି ଜୀବନାନ୍ଦ ମହାନ୍ତି, ସଂପାଦକ ଗୁରୁଦୟାଲ ହଂସ, ସହସଂପାଦକ ଶିବଶଙ୍କର ବାଗ, କୃତିକର ବାଗ, ପ୍ରମୋଦ ବେହେରା, ବିନୋଦ ସିଂ, ସମିମ ଖାନ ଓ ଅନ୍ତିମ ପାଣିଗ୍ରାହି ଉପସ୍ଥିତ ରହି ସ୍ୱର୍ଗତ ମିଶ୍ରଙ୍କ ସ୍ମୃତି ଚାରଣ କରିଛନ୍ତି ।

Leave A Reply

Your email address will not be published.

thirteen − 10 =