jayashree

ବଲାଙ୍ଗିର ଶାନ୍ତିପଡ଼ା ଚନ୍ଦ୍ରଶେଖର ବାବା ବୋଲବମ୍‌ କମିଟି ପକ୍ଷରୁ କାଉଡ଼ିଆମାନଙ୍କ ବିଶାଳ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ା ଚନ୍ଦ୍ରଶେଖର ବାବା ବୋଲବମ୍‌ କମିଟି ପକ୍ଷରୁ କାଉଡ଼ିଆମାନଙ୍କ ବିଶାଳ ଶୋଭାଯାତ୍ରା ଦେଖିବାକୁ ମିଳିଛି । ଗରା ସାହାଯ୍ୟରେ ହରିଶଙ୍କରରୁ ଉଠାଯାଇଥିବା ଜଳକୁ ଦେବ ଦେବ ମହାଦେବଙ୍କ ପ୍ରତିମୂର୍ତ୍ତି ସହ ଶାନ୍ତିପଡ଼ାରେ ନଗର ପରିକ୍ରମା କରାଯାଇଛି । ଏଥିରେ କାଉଡ଼ିଆ ଭକ୍ତମାନେ ସାମିଲ୍‌ ହୋଇ ହର୍‌ ହର୍‌ ମହାଦେବ ଧ୍ୱନିରେ ନିମଗ୍ନ ରହିଛନ୍ତି । ଏହି ଅବସରରେ ନାମ ସଂକୀର୍ତ୍ତନ ସହ ଘଣ୍ଟ ପାର୍ଟି ସାମିଲ୍‌ ହୋଇ ଶୋଭାଯାତ୍ରାକୁ ଉତ୍ସବମୁଖର କରିଛନ୍ତି ।

Leave A Reply

Your email address will not be published.