csstore

ଜଙ୍ଗଲ ନିଆଁର କାରଣ ଓ ପ୍ରତିକାର ଉପରେ ସଚେତନତା ସଭା ଓ ଶୋଭାଯାତ୍ରା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସଂପ୍ରତି ପରିସ୍ଥିତିରେ ଜଙ୍ଗଲକୁ ନିଆଁ ଦାଉରୁ ଓ ବନ୍ୟପ୍ରାଣୀଙ୍କୁ ଅବାଧ ଶିକାରରୁ ରକ୍ଷା କରିବା ପାଇଁ କଣ୍ଟାବାଞ୍ଜି ବନାଞ୍ଚଳ କାର୍ୟ୍ୟାଳୟ ତରଫରୁ ଏକ ମୋଟର ସାଇକଲ ଶୋଭାଯାତ୍ରା ଏବଂ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସକାଳ ୭ ଘଣ୍ଟା ସମୟରେ ପରିବେଶ ପ୍ରେମୀ, ସ୍ବେଚ୍ଛାସେବୀ, ଜଙ୍ଗଲ ସୁରକ୍ଷା ସମିତି କର୍ମୀ, ପାରାଫୋର୍ସ, ଷ୍ଟାକ ଫୋର୍ସ, ଅଗ୍ନିଶମ କର୍ମୀ ଓ ବନ କର୍ମଚାରୀ ମାନଙ୍କୁ ନେଇ ଏକ ମୋଟର ସାଇକେଲ ଶୋଭାଯାତ୍ରା ଅତିଥି ମନୋରଞ୍ଜନ ପାଣିଗ୍ରାହୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତୁରେକେଲା, ସରୋଜ କୁମାର ମହାପାତ୍ର, ଉପଖଣ୍ଡ ପୋଲିସ ଅଧିକାରୀ, ପ୍ରକୃତି ବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶ, ଡ଼ ସଂଜୟ କୁମାର ମିଶ୍ର, ରେଂଜର ଶ୍ରଦ୍ଧାଦେବ ବଡ଼ମାଳୀ ସବୁଜ ପତାକା ଦେଖେଇବା ପରେ ବନାଞ୍ଚଳ କାର୍ୟ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇ ମାଙ୍କଡ଼ ଚୁଆଁ,ଖଗସା, ପାଟିମାଲ, ତୁରେକେଲା, ରାଉତମୁଣ୍ଡା ହୋଇ କଣ୍ଟାବାଞ୍ଜି ଠାରେ ପହଞ୍ଚି ଥିଲା । ତାପରେ ସ୍ୱୟଂ ସହାୟକ ଗୋଷ୍ଠୀର ସଭାଗୃହରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଡେପୁଟି ରେଞ୍ଜର ସାଧୁଚରଣ ପ୍ରଧାନଙ୍କ ସଭାପତିତ୍ୱରେ ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ପ୍ରକୃତିବନ୍ଧୁ ତଥା ଜୁନିୟର ରେଡ଼କ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ, ଅଧ୍ୟାପକ ସଞ୍ଜୟ କୁମାର ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରିଆ, ଶୈଳେସ କୁମାର ଦାଶ, ବିଟିଏମ, ଫରେଷ୍ଟର ବିନୋଦ ଧରୁଆ ଯୋଗ ଦେଇଥିଲେ।ଫରେଷ୍ଟର ଅଶୋକ ପଶାୟତ ସଭା ପରିଚାଳନା ଓ ଆଦିତ୍ୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଉପସ୍ଥିତ ତୁରେକେଲା ବ୍ଳକର ବିଭିନ୍ନ ଗ୍ରାମରୁ ଆସିଥିବା ଗ୍ରାମବାସୀ, ପରିବେଶ ପ୍ରେମୀ, ବନ ସୁରକ୍ଷା ସମିତିର ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ ମାନେ ଜଙ୍ଗଲ ସୁରକ୍ଷା କରିବା ସହିତ ନିଆଁ ଦାଉରୁ ରକ୍ଷା କରିବାକୁ ଶପଥ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.