csstore

୩୮ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ପାଇଁ ମଶାଲ ଶୋଭାଯାତ୍ରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ସର୍ବସାଧାରଣ ଖେଳପଡ଼ିଆ ଠାରେ ୩୮ତମ ଧନୁଯାତ୍ରା ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଇଷ୍ଟଦେବୀ ମାଁ ଦ୍ୱାରସେହ୍ନିଙ୍କ ପୀଠରେ ପୂଜାର୍ଚ୍ଚନା ପରେ ବିଶାଳ ଶୋଭାଯାତ୍ରାରେ ମଶାଲ ଧନୁଯାତ୍ରା ପଡ଼ିଆକୁ ଆଣି ସ୍ଥାପିତ କରାଯାଇଥିଲା । ଚଳିତ ବର୍ଷ ୩୮ତମ ଧନୁଯାତ୍ରା ପାଳିତ ହେଉଛି । ରଙ୍ଗମଞ୍ଚରେ ପୌରାଣିକ କଥାବସ୍ତୁ ଆଧାରିତ ନାଟ୍ୟଅଭିନୟ ପରିବେଷିତ ହେବ । ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ୫ ଦିନ ବ୍ୟାପି ଧନୁଯାତ୍ରା ମହୋତ୍ସବ ଆୟୋଜିତ ହେଉଛି । ଧନୁଯାତ୍ରା ମହୋତ୍ସବ କମିଟି ସଭାପତି ତୁଳସିରାମ ହଂସ, କାର୍ଯ୍ୟକାରୀ ସଭାପତି ଆନନ୍ଦ ଅଗ୍ରୱାଲ, ଉପସଭାପତି ଜମିଦାର ଶରତ ଚନ୍ଦ୍ର ସିଂ ଭୋଇ, ଉପସଭାପତି ଡ. ନାରାୟଣ ମିଶ୍ର, ସାଧାରଣ ସମ୍ପାଦକ ରଶ୍ମିରଂଜନ ପୁଟେଲ, ସାଂସ୍କୃତିକ ସମ୍ପାଦକ ଘନଶ୍ୟାମ ମନହିରା, କୋଷାଧ୍ୟକ୍ଷ ମୁକେଶ ଜୈନ, ପାଣ୍ଡବ ଥନାପତି, ଗୋପପୁର କମିଟି ସଭାପତି ବିନୋଦ ମେହେର, ପୀତବାସ ଜାନୀ, ସୁକାନ୍ତ ମନ୍ତ୍ରୀ, ବୈକୁଣ୍ଠ ସା, ନେତ୍ରାନନ୍ଦ ସାହୁ, ଭକ୍ତବନ୍ଧୁ ସାହୁ, ବିଘ୍ନ ରାଉତ, ରାମଚନ୍ଦ୍ର ରଣା, ସାମ୍ବାଦିକ ଦୀପକ ଦାସ ଯାଦବ, ଅଶୋକ ନାରାୟଣ ଭୋଇ, ରାଧେଶ୍ୟାମ ମେହେର, ଗୋପୀ ସା, ଦିଗସନ ମଲ୍ଲିକ, ପ୍ରତୀକ ପୁଟେଲ, ପ୍ରେମରାଜ ଚୌଧୁରୀ, ଶିବରାମ କଟା, ନନ୍ଦ ମେହେର, ପୁନମ ଅଗ୍ରୱାଲ, ଶୁଭମ ଅଗ୍ରୱାଲ ପ୍ରମୁଖଙ୍କ ସହ ଆୟୋଜକ କମିଟିର କାର୍ଯ୍ୟକର୍ତ୍ତା ତଥା ଗ୍ରାମବାସୀ ବଜାଗଜା, ଘୁମୁରା ସହିତ ମନ୍ଦିରରୁ ମଶାଲ ନେଇ ଧନୁଯାତ୍ରା ପଡିଆରେ ସ୍ଥାପିତ କରାଯାଇଥିଲା । ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ମାଝୀ, ପୂର୍ବତନ ସରପଞ୍ଚ ସୁଶାନ୍ତ ଯୋଶୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମଶାଲ ସ୍ଥାପିତ ସହ ମହୋତ୍ସବର ଶୁଭାରମ୍ଭ କରିଥିଲେ । ଉତ୍ସାହ ଓ ଉଦ୍ଦୀପନା ସହିତ ଧନୁଯାତ୍ରା ମହୋତ୍ସବ ପାଳିତ ହୋଇଛି ।

jayashree
Leave A Reply

Your email address will not be published.