ଆନ୍ତର୍ଜାତିକ ଶିଶୁ କନ୍ୟା ଯତ୍ନ ଦିବସ ପାଳିତ

ତୁରେକେଲା, (ଗୁରୁଦୟାଲ ହଂସ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଅଙ୍ଗନବାଡି’ଖ’ କେନ୍ଦ୍ରରେ ଆନ୍ତର୍ଜାତିକ ଶିଶୁ କନ୍ୟା ଯତ୍ନ ଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାଶ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଥମିର ଛତ୍ରିଆ, ଅଙ୍ଗନବାଡି କର୍ମୀ ସଙ୍ଗୀତା ବଏ, ଇନ୍ଦୁମତୀ ମାଝୀ ଉପସ୍ଥିତ ରହି କିଶୋରୀ ବାଳିକା ଓ ମାଆମାନଙ୍କୁ ଶିଶୁ କନ୍ୟାର ଯତ୍ନ ଉପରେ ଆଲୋକପାତ କରିଥିଲେ ।ବର୍ତ୍ତମାନର କରୋନା ସମୟରେ ସମସ୍ତେ ସାମାଜିକ ଦୂରତା ବଜାୟ ରଖି ମାସ୍କ ପିନ୍ଧିବା ସହିତ ବାରମ୍ବାର ହାତ ଧୋଇବା ସହିତ ଘରେ ରହି କରୋନାକୁ ହରେଇବା ପାଇଁ ଦୃଢ ସଂକଳ୍ପ କରିଥିଲେ ।

Leave A Reply

Your email address will not be published.