csstore

ପୂର୍ବତନ ଶିକ୍ଷୟତ୍ରୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ବହୁ ଜଣାଶୁଣା ଶିକ୍ଷୟତ୍ରୀ ଗିତାରାଣୀ ମିଶ୍ର ଓରଫ ଗିତା ଦିଦିଙ୍କର ୬୮ ବର୍ଷ ବୟସରେ ପଦ୍ମପୁର ସ୍ଥିତ ତାଙ୍କ ବାସ ଭବନରେ ସୋମବାର ରାତ୍ରିରେ ପରଲୋକ ହୋଇ ଯାଇଛି । ଗିତା ଦିଦି ଜଣେ ସ୍ନେହି ଏବଂ ପରୋପକାରୀ ବ୍ୟକ୍ତି ଥିବା ବେଳେ ପଦ୍ମପୁର ଗାର୍ଲସ୍‌ ହାଇ ସ୍କୁଲରେ ତାଙ୍କର ଶିକ୍ଷୟତ୍ରୀ ଜୀବନ ଅତିବାହିତ କରିଥିବା ବେଳେ ବହୁ ଜଣାଶୁଣା ପଦବୀରେ ଥିବା ତାଙ୍କର ଛାତ୍ରୀ ମାନଙ୍କ ପାଇଁ ବହୁ ଶ୍ରଦ୍ଧାର ପାତ୍ରୀ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ଅଂଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କର ଛାତ୍ରୀ ମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପଛରେ ସେ ତାଙ୍କର ପରିବାରରେ ସ୍ବାମୀ, ପୁଅ ଏବଂ ନାତି ନାତୁଣି ଛାଡି ଯାଇଛନ୍ତି । ପଦ୍ମପୁରର ବିଭିନ୍ନ ଅନୁଷ୍ଠାନ ତରଫରୁ ଶୋକ ସନ୍ତତ୍ବ ପରିବାର ବର୍ଗଙ୍କୁ ସାନ୍ତନା ସହ ଗିତା ଦିଦିଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରର୍ଥନା କରାଯାଇଛି ।

jayashree
Leave A Reply

Your email address will not be published.