csstore

ଆଲୋକ ମହାପାତ୍ର ପୁନର୍ବାର ପାରାଦୀପ ଯୁବ ବିଜେଡି ସଭାପତି ଭାବେ ମନୋନୀତ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ବିଜେଡି ସଂଗଠନର ଯୁବ ସଭାପତି ଭାବେ ପୁନର୍ବାର ମନୋନୀତ ହୋଇଛନ୍ତି ଆଲୋକ ମହାପାତ୍ର । ଶ୍ରୀ ମହାପାତ୍ର ପୂର୍ବରୁ ପାରାଦୀପ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଠାରୁ ଆରମ୍ଭ କରି ନିଜର ଦକ୍ଷତା ବଳରେ ପାରାଦୀପ ବିଜୁ ଜନତା ଦଳ(ବିଜେଡି)ର ଯୁବ ସଭାପତି ହୋଇପାରିଛନ୍ତି । ପୁନର୍ବାର ଯୁବ ସଭାପତି ଭାବେ ମନୋନୀତ ହେବା ପରେ ଯୁବ ବିଜେଡି କର୍ମୀମାନଙ୍କ ମଧ୍ୟରେ ଖୁସିର ଲହର ପ୍ରକାଶ ପାଇଛି । ଏହି ପଦବିରେ ପୁନର୍ବାର ଅଧିଷ୍ଠିତ ହେବା ପରେ ଶ୍ରୀ ମହାପାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ରାଜ୍ୟ ସଂଗଠନ ସଂପାଦକ ତଥା ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସାଧାରଣ ସଂପାଦକ ତଥା ଯୁବ ବ୍ୟାପାର ଅଧ୍ୟକ୍ଷ ପ୍ରଣବ କୁମାର ବଳବନ୍ତରାୟ, ରାଜ୍ୟ ଯୁବ ବିଜେଡି ସଭାପତି ମାନ୍ୟବର ବିଧାୟକ ବ୍ୟାମକେଶ ରାୟ, ପାରାଦୀପ ବିଧାୟକ ସଂମ୍ବିତ ରାଉତରାୟ, ପାରାଦୀପ ନଗର ସଭାପତି ବସନ୍ତ ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି କୁମରବର ନାୟକ ଓ ଉଲ୍ଲାସ ବିଶ୍ୱାଳ ସମେତ ରାଜ୍ୟ ବିଜେଡି ସାଧାରଣ ସଂପାଦକ ପ୍ରମୋଦ କିଶୋର ଜେନା, ରାଜ୍ୟ ସଂପାଦକ ସନ୍ତୋଷ କୁମାର ପଟ୍ଟନାୟକ, ରାଜ୍ୟ ଯୁଗ୍ମ ସଂପାଦିକା ସବିତା ମହାପାତ୍ର, ପାରାଦୀପ ବିଜେଡିର ସମସ୍ତ କର୍ମୀ ଓ ଭାଇଭଉଣୀ ମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jayashree
Leave A Reply

Your email address will not be published.