csstore

ଶିବତଲାରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିବତଲା ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆୟୋଜିତ ୬ଦିନ ବ୍ୟାପି ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କୃପାସିନ୍ଧୁ ଯୋଷୀଙ୍କ ସଭାପତିତ୍ୱରେ ନିଶା ନିବାରଣ ଏବଂ ପରିବେଶ ସୁରକ୍ଷା ବିଷୟ ବସ୍ତୁ ଆଧାରିତ ଆୟୋଜିତ ସାମାଜିତ ସଚେତନତା ସଭାରେ ଶିବତଲା ପଂଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ଖର୍ସେଲ ମୂଖ୍ୟଅତିଥି ଏବଂ ଶିବତଲାର ପୁର୍ବତନ ସରପଂଚ ତଥା ସମାଜସେବୀ ବାଳକୃଷ୍ଣ ବେହେରା ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । ଅତିଥିଗଣ ନିଜ ନିଜ ବକ୍ତବ୍ୟରେ ନିଶା କିପରି ସମାଜ ଏବଂ ଛାତ୍ରଛାତ୍ରୀଙ୍କ ଜୀବନକୁ ପ୍ରଭାବିତ କରୁଛି ଏବଂ ପରିବେଶକୁ କିପରି ଆମେ ସରସ ସୁନ୍ଦର କରି ପାରିବା ଏହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ବୀରେନ୍ଦ୍ର ଗଡ଼ୁଆ ଧନ୍ୟବାଦ ପ୍ରଦାନ କରିଥିଲେ । ନୋଡ଼ାଲ ଅଫିସର ତଥା ଅଧ୍ୟାପକ ବିକାଶ ରଂଜନ ଜେନା ସଭାକାର୍ଯ୍ୟ ସଂଯୋଜନା ଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଭାକାର୍ଯ୍ୟ ପରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ନିକଟସ୍ଥ ଲୁଚକିବନ୍ଧ ଗ୍ରାମକୁ ର‍୍ୟାଲିରେ ଯାଇ ଗ୍ରାମବାସୀଙ୍କୁ ନିଶାନିବାରଣ ଏବଂ ପରିବେଶ ସୁରକ୍ଷା ନେଇ ସଚେତନ କରିବା ସହ ଶିବତଲାସ୍ଥିତ ହରଗୌରୀ ମନ୍ଦିରରେ ସଫେଇ କାର୍ଯ୍ୟ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମରେ ଶିବତଲା ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଜୀବାନନ୍ଦ ସାହୁ ଏବଂ ରାଜୀବ ବେହେରା ସହ ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଏବଂ କର୍ମଚାରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.