csstore

ଆର୍‌ ଆର୍‌ କୋଲନୀଠାରେ ଉଦ୍‌ଘାଟିତ ହେଲା ନୂତନ ପାର୍କ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ.୧ର ଲର୍କିପାଲି ତଥା ଆର୍‌ ଆର୍‌ କୋଲୋନୀଠାରେ ଏକ ପାର୍କ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ ତଥା ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାର୍କକୁ ଉଦ୍‌ଘାଟନ କରିଥିବା ବେଳେ ସାଥିରେ ଥିଲେ ବଲାଙ୍ଗିର ପୌର ପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ୱାର୍ଡ ନଂ ୧ କାଉନ୍‌ସିଲର ଶ୍ରୀମତୀ ସସ୍ମିତା ନନ୍ଦ ଓ ଅନ୍ୟ କାଉନ୍‌ସିଲରମାନେ । ଆହୁରି ଯେ, ଏହି ଅଂଚଳର ଆଖ ପାଖରେ ପାର୍କ ନଥିଲା ସେଥିପାଇଁ ଏହି ପାର୍କ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ତିଆରି କରାଯାଇଥିବା ବେଳେ ଏହାକୁ ଲର୍କିପାଲି ଓ ଆର୍‌ଆର୍‌ କୋଲୋନୀ ବାସୀ ଉପଭୋଗ କରି ପାରିବେ । ଏହି ପାର୍କକୁ ଲର୍କିପାଲିର ପଦ୍ମଳୟା ଏସ୍‌ଏଚ୍‌ଜିର ୧୧ ଜଣ ମହିଳାମାନେ ୨୪ ଲକ୍ଷ ବ୍ୟୟଅଟକଳରେ ନିର୍ମାଣ କରିଥିଲେ । ଅନ୍ୟପଟେ ଏହି ପାର୍କ ଉଦ୍‌ଘାଟନ ହେବାରୁ ସ୍ଥାନୀୟ ଲୋକେ ଖୁସି ବ୍ୟକ୍ତ କରିଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.