csstore

ପଦ୍ମପୁରରେ କ୍ୟାନ୍ସର୍‌ ଯାଞ୍ଚ ଶିବିର : ଯାଞ୍ଚ କଲେ ୭୦ ଜଣ ଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମାରୱାଡି ଧର୍ମଶାଳାରେ ଏକ ଦିବସୀୟ କ୍ୟାନ୍ସର ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି । ମାରୱାଡି ଯୁବାମଞ୍ଚ ଓ ବାଲକୋ କ୍ୟାନ୍ସର ହସ୍‌ପିଟାଲ୍‌ ରାୟପୁର ଦ୍ୱାରା ଆୟୋଜିତ ଏହି ଶିବିରକୁ ଉକ୍ତ ଧର୍ମଶାଳାର ଅଧ୍ୟକ୍ଷ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଓ ମାରୱାଡି ମଞ୍ଚର ସମ୍ପାଦକ ବଜରଙ୍ଗ ଗର୍ଗ ମିଳିତ ଭାବରେ ଉଦ୍‌ଘାଟନ କରିଥିଲେ । ବିଶେଷଜ୍ଞ ମାନଙ୍କ ଦ୍ୱାରା ପଦ୍ମପୁର ଅଞ୍ଚଳ ତଥା ଅନ୍ୟ ଜିଲ୍ଲାର ପ୍ରାୟ ୭୦ ଜଣ ଯାଞ୍ଚ କରାଇଥିଲେ । ଯୁବାମଞ୍ଚର ଅଧ୍ୟକ୍ଷ ସୋମନାଥ ଅଗ୍ରୱାଲ, ସୁନୀଲ ଅଗ୍ରୱାଲ, ଜୟ ପ୍ରକାଶ ଅଗ୍ରୱାଲ, ଯୁବାମଞ୍ଚ କ୍ୟାନ୍ସର କନ୍‌ଭେନର୍‌ ଅମିତ ଗର୍ଗ, ସମ୍ପାଦକ ଅମିତ ଅଗ୍ରୱାଲ, କୋଷାଧ୍ୟକ୍ଷ ଦିନେଶ ଜୈନ, ସମାଜସେବୀ ନିରୋଜ ଦୋରାଙ୍କ ସମେତ ଯୁବାମଞ୍ଚ, ମହିଳା ମଞ୍ଚର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.