csstore

ଜାତୀୟ ରକ୍ତଦାନ ଦିବସ ଅବସରରେ ସ୍ୱର୍ଗତ ଟୁକୁ ମିଶ୍ରଙ୍କ ସ୍ମୃତିରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ଜାତୀୟ ରକ୍ତଦାନ ଦିବସ ପାଳନ ଅବସରରେ ରକ୍ତଦାନ କ୍ଷେତ୍ରରେ ଅତୁଳନୀୟ ଅବଦାନ ଥିବା ବରଗଡର ସ୍ୱର୍ଗତ ଇଂ ଦେବବ୍ରତ ମିଶ୍ର (ଟୁକୁ ବାବୁ)ଙ୍କ ସ୍ମୃତିରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଓଡିଶା ରକ୍ତ କେନ୍ଦ୍ର, ସିଏଚସି ବରଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସ୍ବର୍ଗତ ଟୁକୁ ବାବୁଙ୍କ ବଡ ଭଉଣୀ ଶ୍ରୀମତୀ ନିବେଦିତା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମାଜସେବୀ ମୌସମ ମିଶ୍ର ଯୋଗଦାନ କରିଥିଲେ । ଏହି ଶିବିରରୁ ସର୍ବମୋଟ୍ ୩୦ୟୁନିଟ୍ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହୀତ ହେଇଥିଲା । ଏହି ଶିବିରକୁ ନିଷ୍ଠାର ଉପ ସଭାପତି ଆଶିଷ କର, ବରିଷ୍ଠ ସଦସ୍ୟ ସଚି ପଣ୍ଡା, ଉପଦେଷ୍ଟା ଅଶ୍ବିନୀ ତ୍ରିପାଠୀ, ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ମହିଳା ଶାଖାର ତ୍ରିପୁରା ସୁହୁଲାଙ୍କ ସମେତ ଅନ୍ୟ ସଦସ୍ୟ ମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.