csstore

ବିଜେଡି ଯୁବ ଓ ଛାତ୍ର ଶାଖା ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କରୋନା ସମୟରେ ରକ୍ତାଭାବକୁ ଦୁର କରିବା ପାଇଁ  ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟଙ୍କ ତତ୍ବାବଧାନରେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ବରଗାଁ ପଞ୍ଚାୟତ ଠାରେ ଜିଲ୍ଲା ବିଜୁ ଯୁବ, ଛାତ୍ର ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୫୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ମୁଖ୍ୟ ଅତିଥି ବିଧାୟକ ଦେବେଶ ଆଚାର୍ୟ୍ୟ ଏବଂ ଯୁବ ସଂଗଠକ ଉମେଶ ଚନ୍ଦ୍ର ପଣ୍ଡା ଫିତା କାଟି ଶିବିରକୁ ଉଦ୍ଘାଟନ କରିଥିଲେ । ଓଡିଶା ମୋ’ ପରିବାରର ଜିଲ୍ଳା ସଂଯୋଜକ ଗୌରହରୀ ମିଶ୍ର, ବିଜୁ ଯୁବ ଜନତା ଦଳର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଜୀବନ ବିନ୍ଦୁର ଜି୍ଲା ସହସଂଯୋଜକ ଅଶ୍ବିନୀ ତ୍ରିପାଠୀ, ପୁର୍ବତନ ସରପଞ୍ଚ କ୍ଷୀରୋଦ୍ର ସାହୁ, ବରଗାଁର ମନୋଜ ସାହୁ, କେଶବ ଭୁଏ, ଦେବାର୍ଚନ ପଧାନ, ଟେକଧର ପଧାନ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.