ଆମ୍ବଗାଁ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବୌଦ୍ଧ, (ବଂଶୀଧର ମାଝୀ) : ଭରସା ପରିବାର କଣ୍ଟାମାଳ ଶାଖା ଏବଂ ତ୍ରିନେତ୍ର ଚିକିତ୍ସାଳୟ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତ ସଭାଗୃହରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଯଦୁ ବିହାରୀ ବାଘ ଏବଂ ଉମେଶ କୁମାର ରଣାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଶିବିରରେ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ପ୍ରତିନିଧି ସୁଧାଂଶୁ ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଘଣ୍ଟାପଡା ସରପଞ୍ଚ ଜିତେନ୍ଦ୍ର ପ୍ରସାଦ ଦେହୁରୀ, ସମାଜସେବୀ ଚଞ୍ଚଳ ରଣା, ପ୍ରେମରାଜ ରଣା, ମହେନ୍ଦ୍ର ଦାସ, ଦାନବୀର ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ତ୍ରିନେତ୍ର ନେତ୍ରାଳୟ ସମ୍ବଲପୁର ପକ୍ଷରୁ ଡାଃ ଜିତେନ୍ଦ୍ର କୁମାର ସାହୁ, କ୍ୟାମ୍ପ ପରିଚାଳକ ମାନସ ବେହେରା, କ୍ୟାମ୍ପ ସଂଯୋଜକ ରାଜେଶ ମେହେର, ଷ୍ଟାପନର୍ସ ସରସୀ ରଣା, ସଂଧ୍ୟା ସେଉଳ, କରିସ୍ମା ପଟେଲ, ଅପଟିସିଆନ ସିଦ୍ଧେଶ୍ବର ଭୋଇ ପ୍ରମୁଖ ଯୋଗଦେଇ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଦେବାର୍ଚ୍ଚନ ରଣା, ରୁଷିବନ୍ତ ରଣା, ଅଖିଳ ରଣା, ରାମଚନ୍ଦ୍ର ତାଣ୍ତି ପ୍ରମୁଖ ସହଯୋଗ କରିଥିଲେ । କ୍ୟାମ୍ପରେ ୧୧୦ ବ୍ୟକ୍ତି ଚକ୍ଷୁ ପରୀକ୍ଷା କରିଥିବା ବେଳେ ୪୦ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ସମ୍ବଲପୁସର ଚିକିତ୍ସାଳୟକୁ ପଠାଯିବ ବୋଲି ଜଣାଯାଇଛି ।

jittmm
Leave A Reply

Your email address will not be published.