csstore

ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ସେମିଫାଇନାଲ ମ୍ୟାଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏଥେଲେଟିକ ଏସୋସିଏସନ ତରଫରୁ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ ଆରମ୍ଭ ହୋଇଯାଇଅଛି । ଆଜି ସେମିଫାଇନାଲର ପ୍ରଥମ ମ୍ୟାଚରେ ଅତିଥି ଭାବରେ ଝ. ଊ.ଗ.ଙ ଡ଼ଃ ସରୋଜ ସେଠ, ବସ ମାଲିକ ସଂଘର ସଭାପତି ମନୋରଞ୍ଜନ ସିଂ ବରିହା, ସମ୍ପାଦକ ଅଭିନାଶ ମିଶ୍ର ଏଥେଲେଟିକ ଏସୋସିଏସନ ଉପସଭାପତି ନନ୍ଦ କିଶୋର ମାଝୀ, ସମ୍ପାଦକ ଶିରୀଶ କୁମାର ବହିଦାର ତଥା ସଦସ୍ୟ ଗୋବିନ୍ଦ ଅଗ୍ରୱାଲ, ନିରୋଜ ଦୋରା, ଧନମାଳୀ ସାହୁ,ବିଶିକେସନ ଦୋରା, ଲାଳବିହାରୀ ମିଶ୍ର, ନୀଳମାଧବ ଦୋରା, ଅଶ୍ୱିନୀ ପାଣିଗ୍ରାହୀ, ଅଶୋକ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଅତିଥି ଭାବରେ ପୂର୍ବତନ ଫୁଟବଲ ଖେଳାଳି ଡ଼ଃ ପ୍ରଭାତ ନାରାୟଣ ତ୍ରିପାଠୀ ଯୋଗ ଦେଇଥିଲେ । ଆଜିର ଦୁଇଟି ସେମିଫାଇନାଲ ମ୍ୟଚରେ ମୋଟ ଚାରିଟି ଦଳ ଯଥା ସମ୍ବଲପୁର – ବିଶାଖାପାଟନମ ଏବଂ ପଦ୍ମପୁର – କୁଚିଣ୍ଡା ମଧ୍ୟରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେବେ ପ୍ରଥମ ସେମିଫାଇନାଲ ମ୍ୟାଚରେ କୁଚିଣ୍ଡା ଦଳ ଗୋଟିଏ ଗୋଲରେ ପଦ୍ମପୁରକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ବିଶାଖାପାଟନମ ଦଳକୁ ଦୁଇଟି ଗୋଲରେ ହରାଇ ସମ୍ବଲପୁର ଦଳ ଫାଇନାଲକୁ ପ୍ରବେଶ କରିଥିଲା । ଏହି ମ୍ୟାଚକୁ ପରିଚାଳନାରେ ସଚ୍ଚିଦାନନ୍ଦ ବହିଦାର, ବିଦେଶୀ ସାହୁ, ଚନ୍ଦ୍ରମଣି ସାହୁ, ହରେକୃଷ୍ଣ ମେହେର, ନରେଶ ବାରିକ, ନରୋତ୍ତମ ପ୍ରଧାନ, ପ୍ରଦୀପ ପତ୍ର, ଜୟପଲ ଭୋଇ, ଭବାନୀ ମାଝୀର ସମସ୍ତ ସଦସ୍ୟମାନଙ୍କ ସହ ଖେଳ ରେଫ୍ରି ଭାବରେ ନୀଳ ନାଏକ, ଅଶ୍ୱିନୀ ମେହେର, ପ୍ରଶାନ୍ତ ବେହେରା, ସୁଧାଂଶୁ ସେଠ, ଦେବାଶିଷ ବାଗ, ମଣ୍ଟୁ ବାଗ, ଚିତ୍ତରଞ୍ଜନ ପାଣ୍ଡେ, ଆର. କେ. ମଣ୍ଡଳ ତେବେ ଏହି ଟୁର୍ଣ୍ଣାମେଣ୍ଟକୁ ଉପଭୋଗ କରିବା ପାଇଁ ଶହ ଶହ ସଂଖ୍ୟାରେ ଦର୍ଶକ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ଚିତ୍ତାକର୍ଷକ ମ୍ୟାଚର ମଜା ଉଠାଇଥିଲେ । ଆସନ୍ତା କାଲି ସମ୍ବଲପୁର ଓ କୁଚିଣ୍ଡା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

jayashree
Leave A Reply

Your email address will not be published.