csstore

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାରମ୍ଭିକ ବର୍ଗ

ଜୟପାଟଣା, (ଶେଷଦେବ ବେହେରା) : ଓଡ଼ିଶା ପଶ୍ଚିମ ପ୍ରାନ୍ତ ଯୋଜନାରେ କଳାହାଣ୍ଡି ଜିଲ୍ଲା ମାର୍ଗଦର୍ଶନରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସମ୍ପୂର୍ଣ୍ଣ ନୂଆ ସେବକ ମାନଙ୍କର ଏକ ପ୍ରାରମ୍ଭିକ ବର୍ଗ ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ୧୦ଟି ସ୍ଥାନରୁ ୭୦ ଜଣ ସିବିରାର୍ଥି ଯୋଗ ଦେଇଥିଲେ । ତ୍ରିଦିବସୀୟ କାର୍ଯ୍ୟକ୍ରମରେ ପ୍ରଥମ ସତ୍ରରେ କଳାହାଣ୍ଡି ଜିଲ୍ଲା କର୍ଯ୍ୟବାହ ଆଶ୍ୱିନ କୁମାର ପଣ୍ଡା ଉପସ୍ଥିତ ରହି ଭାରତ ଆମର ମାତୃଭୂମି ବିଷୟ ଉପସ୍ଥାପନା କରିଥିଲେ । ଦ୍ଵିତୀୟ ଦିବସରେ କଳାହାଣ୍ଡି ବିଭାଗ ଶାରୀରିକ ପ୍ରମୁଖ ମୁକେଶ କୁମାର ଅଗ୍ରୱାଲ ସଂଘ ପ୍ରତିଷ୍ଠାତା ଡକ୍ଟର କେଶବ ବଳିରାମ ହେଡଗେ ୱାର ଓ ସଂଘ ପ୍ରାରମ୍ଭ ଉପରେ ବକ୍ତବ୍ୟ ରଖିଥିଲେ । ଉଦ୍‌ଯାପନୀ ଉତ୍ସବରେ ଜୟପାଟଣା ଖଣ୍ଡ ସଂଘ ଚାଳକ ପ୍ରମୋଦ କୁମାର ଠାକୁର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସମ୍ପର୍କରେ ଆଲୋଚନା ରଖି ଥିଲେ । ଶିବିରର ଶିକ୍ଷାର୍ଥୀ ମାନଙ୍କୁ ଅନୁଷ୍ଠାନ, ଶୃଙ୍ଖଳା, ଚରିତ୍ର ନିର୍ମାଣ, ରାଷ୍ଟ୍ର ଧର୍ମ, ଦିନଚର୍ଯ୍ୟା, ସୁସ୍ଥ ଶରୀର, ଦଣ୍ଡ, ନିଉଦ୍ଧ, ଯୋଗ, ଆସନ ସମ୍ପର୍କରେ ଶିକ୍ଷା ଦିଆଯାଇଥିଲା । ଏଥି ପାଇଁ ଜିଲ୍ଲା ଓ ବିଭାଗ କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ପଣ୍ଡା, ଶିଶିର କୁମାର ସାବତ, ସତ୍ରୁଜିତ୍ ବେହେରା, ସାଗର ସୌରଭ ବେହେରା, ସୁଧିଦିପ୍ତ ବେହେରା, ସୁଧାକର ପଣ୍ଡା, ପ୍ରଶାନ୍ତ କୁମାର ପଣ୍ଡା, ବିଶ୍ୱଜିବନ୍ ପାଢ଼ୀ, ମହେନ୍ଦ୍ର ଦିଆରି, ତ୍ରିଲୋଚନ ମାଢେ ଇ, ହେମନ୍ତ କୁମାର ମୁଣ୍ଡ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.