csstore

ପ୍ରୟୋଗ ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଅଡିଟରିଅମରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତ୍ରିଦିବସୀୟ ପ୍ରୟୋଗ ଶିବିର ବିଇଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଡିଓ ପ୍ରଫୁଲ୍ଲ କୁମାର ଓଦୁ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ । ଶିବିରରେ ୧୫୫ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସାଧନ କର୍ମୀ ସନ୍ତୋଷ ମେହେର, ବୈଷ୍ଣବ ପଣ୍ଡା, କେଦାରନାଥ ରାଉ, ଉଗ୍ରସେନ ପ୍ରଧାନ, ମନୋରଞ୍ଜନ ପଟେଲ, ରଞ୍ଜନ ବାଗ, ଋଷଭ ସାହୁ, ଚକ୍ରଧର ଅଜଗର, ବିକାଶ ଚନ୍ଦ୍ର ସ୍ୱାଇଁ, ମହେଶ୍ୱର ହରିପାଲ, ବ୍ରଜକିଶୋର ଜେନା, ବିଜୟ କୁମାର ସ୍ୱାଇଁ ପ୍ରଶିକ୍ଷଣ ଦେଉଛନ୍ତି । ଜ୍ୟୋତିର୍ମୟୀ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଧଲେନ୍ଦ୍ର ବାରିକ, ସୁଶାନ୍ତ କୁମାର ସାହୁ ମଞ୍ଚାସୀନ ଥିଲେ । ବିଇଓ ରାଧେଶ୍ୟାମ ମେହେର ଧନ୍ୟବାଦ୍ ଅର୍ପଣ ଓ ତ୍ରିଲୋଚନ ନାୟକ ଶିବିର ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.