csstore

ଖଣ୍ଡାୟତ କ୍ଷତ୍ରିୟ ମହାସଭାର ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା, ଇସ୍ପାତ ନଗର କମିଟି ଓ ହାଇଟେକ୍ ମେଡିକାଲ କଲେଜର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ସେକ୍ଟର ୩ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାସଭାର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାୟକଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି ଶିବିରକୁ ମହାସଭାର ସଭାପତି ତଥା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହିଅବସରରେ ଶତାଧିକ ବ୍ୟକ୍ତିଙ୍କ ଚକ୍ଷୁ, ବ୍ଲଡ଼ ସୁଗାର, ମଧୁମେହ, ସାଧାରଣ ସ୍ୱାସ୍ଥ୍ୟ, ଗ୍ୟାଷ୍ଟିକ ସମସ୍ୟା, ହାଡ ଅସ୍ଥି ସମସ୍ୟା ସମ୍ପର୍କରେ ଚିକିତ୍ସା କରାଯାଇଥିଲା । ହାଇଟେକ୍ ମେଡିକାଲ କଲେଜର ମହାପ୍ରବନ୍ଧକ ଶୁଭାଶିଷ ତ୍ରିପାଠୀ ଓ ଅଙ୍କିତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଡାକ୍ତର ନିଶିକାନ୍ତ ସାହୁ, ଡାକ୍ତର ନିର୍ମାଲ୍ୟ ପ୍ରସାଦ ନାୟକ, ଡାକ୍ତର ଜୟ ଜଗନ୍ନାଥ, ଡାକ୍ତର ସୁମନ୍ତ ବେହେରା, ଡାକ୍ତର ମୋନିକା ଦାଶ, ଡାକ୍ତର ସ୍ମିତା ମହାନ୍ତି, ଡାକ୍ତର ସ୍ମୃତି ସୈ।ରଭ ମହାପାତ୍ର, ଡାକ୍ତର ଜୟନ୍ତ ନନ୍ଦ ଓ ସହାୟକ ଭାବେ ମଧୁସ୍ମିତା ବିଶ୍ୱାଳ, ଦେବାଶିଷ ବେହେରା, ପାବନୀ ପ୍ରଜ୍ଞା ପାଣିଗ୍ରାହୀ, ଲଳିତା ତିର୍କି, ପ୍ରିତୀ କେରକେଟା, ସୁଷମା ତନ୍ତୀ ପ୍ରମୁଖ ଯୋଗଦେଇ ଦେଇ ସମସ୍ତଙ୍କୁ ପରୀକ୍ଷା ସହ ଆବଶ୍ୟକ ସ୍ଥଳେ ମାଗଣା ଔଷଧ, ଚଷମା ଓ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାସଭାର ସର୍ବଶ୍ରୀ ରବି ପରିଡ଼ା, ଜଗନ୍ନାଥ ରାଉତ, ଶମ୍ବୁନାଥ ପରିଡ଼ା, ନାରାୟଣ ସାମଲ, ସ୍ୱପ୍ନା ଭଞ୍ଜଦେଓ, ସସ୍ମିତା ପ୍ରଧାନ,ରାଧାଶ୍ୟାମ ପରିଡ଼ା, ସୁବ୍ରତ ମଲ୍ଲିକ,ପି ପି ରାୟ, ଗଙ୍ଗାଧର ନାୟକ, ନାରାୟଣ ମହାଳିକ, ଅବନୀ ବଳ, ରାଧାଶ୍ୟାମ ପରିଡ଼ା, ଗିରିଶ ଶତପଥୀ, କିଶୋର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.