csstore

ସହର ସେବା ସମିତିର ବାର୍ଷିକୋତ୍ସବ

  • ଓଡ଼ିଆ ଇତିହାସରେ ଡ. ମହତାବ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ : ଶ୍ରୀ ମଲ୍ଲିକ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସହର ସେବା ସମିତିର ୧୨ତମ ବାର୍ଷିକୋତ୍ସବ ଓ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ହୋଟେଲ ସୋଲାସଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସମିତିର ଟ୍ରଷ୍ଟି ଶୈଳେନ୍ଦ୍ର ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଏସ୍‌ଟିର ଅତିରିକ୍ତ ଆୟୁକ୍ତ ଅନନ୍ତ ଚରଣ ମଲ୍ଲିକ ମୁଖ୍ୟଅତିଥି ଓ ଜାଗରଣ ଅନୁଷ୍ଠାନର ସଭାପତି ପି କେ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉପଲକ୍ଷେ ଆଲୋଚନାରେ ଅତିଥି ଦ୍ୱୟ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଉତ୍କଳ କେଶରୀ ଡ଼ଃ ମହତାବ ଓଡିଆ ଇତିହାସର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ସେ ଏକାଧାରରେ ଜଣେ ରାଜନେତା, ସାମ୍ବାଦିକ, ସଂଗଠକ, ସ୍ତମ୍ଭକାର, ଐତିହାସିକ, ସ୍ବାଧୀନତା ସଂଗ୍ରାମୀ ଓ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ଵ ଥିଲେ । ସେଥିଲେ ବହୁମୁଖି ପ୍ରତିଭାର ଏକ ସ୍ଥିତପ୍ରଜ୍ଞ ବିରଳ ବ୍ୟକ୍ତିତ୍ବ । ସାମ୍ବାଦିକତାକୁ ଅତି ନିଖୁଣ ଭାବେ ବୁଝିଥିବା ଡ଼ଃ ମହତାବ ସାହିତ୍ୟକୁ ଅଧିକ ଗୁରୁତ୍ବ ଦେଇଥିଲେ । ସାହିତ୍ୟ ମାଧ୍ୟମରେ ସେ ସମାଜର ସଂସ୍କାର ଆଣିବା ସହ ରାଜନୀତିରେ ଦୁର୍ନୀତି ଦୂର କରିପାରିଥିଲେ । ନିଜର ବଳିଷ୍ଠ ବ୍ୟକ୍ତିତ୍ବ ପାଇଁ ସେ ଖାଲି ଓଡ଼ିଶାରେ କାହିଁକି ସମଗ୍ର ଭାରତବର୍ଷରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଟ୍ରଷ୍ଟି ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଟ୍ରଷ୍ଟି ସୁନିଲ କାୟଲ ସ୍ବାଗତ ଭାଷଣ ସହ ଅନୁଷ୍ଠାନର ବିଗତ ଦିନର କାର୍ୟ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲା ବେଳେ ଟ୍ରଷ୍ଟି ପୁଷ୍ପା ଲେଙ୍କା ବାର୍ଷିକ ବିବରଣୀ ପାଠ କରିବା ସହ ଶ୍ରମିକନେତା ବିଦ୍ୟାଧର ବାରିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ପ୍ରାରମ୍ଭରେ ଗୀତା ଆବୃତ୍ତି କରିଥିବା ଓଲମ ଜେନା, ନୃତ୍ୟଶିଳ୍ପୀ ଆଦ୍ୟାସା ଦାଶ, ମା ଇନ୍ଦିରା ସମିତିର ଲଭଲି ଗୌଡ, ବବି ଗୌଡ, ବବଲି ଗୌଡ, ଇସିକା ସମାସୀ, ପରୀ ନାୟକଙ୍କୁ ନୃତ୍ୟ ପରିବେଷଣ ପାଇଁ ତଥା ଫଟୋଗ୍ରାଫର ବିନୋଦ ରାୟଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ମ୍ୟୁଜିକ ଥେରାପି ତରଫରୁ ସଂଗୀତ ପରିବେଷଣ କରାଯାଇଥିଲା । ଏଥିରେ ଟ୍ରଷ୍ଟି ମନୋରଞ୍ଜନ ଦାଶ, ନନ୍ଦନ ମୁଖାର୍ଜୀ, ବିଜୟଲକ୍ଷ୍ମୀ ଶ୍ରୀଚନ୍ଦନ, ଅଜୟ ଖଟୁଆ, ସୁନିଲ କାୟଲ, ସୁସ୍ମିତା ମୁଖାର୍ଜୀ, ସ୍ମିତା ମିଶ୍ର, ଏସ୍‌ଏମ୍‌ ଅଲୀ, ଏମ୍ ମାଲେଶ୍ବରମ, ଶ୍ୟାମଲାଲ ଗୁପ୍ତା ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମର ସର୍ବଶ୍ରୀ ପ୍ରଭାତ ଟିବ୍ରେୱଲ, ସୂର୍ଯ୍ୟ ପାତ୍ର, ନୟନ ଦାସ, ଜ୍ୟୋତିପ୍ରକାଶ ସାହୁ, ଅଶୋକ ଦାଶ, ଚିତ୍ତ ବ୍ରହ୍ମା, ପ୍ରତାପ ପାଢ଼ୀ, ବାନାମ୍ବର ମହାନ୍ତି, ଛବି ମହାନ୍ତି ତଥା ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଟ୍ରଷ୍ଟି ସର୍ବଶ୍ରୀ ଚନ୍ଦ୍ରଶେଖର ପାଢ଼ୀ, ପ୍ରଫୁଲ୍ଲ ନାୟକ, ପ୍ରମୋଦ ସାହୁ, ୱଇ ହେମଲତା, ସାବିତ୍ରୀ ପାଢୀ ପ୍ରମୁଖ ସହଯୋଗ କରିଥିବା ବେଳେ ମ୍ୟାନେଜିଙ୍ଗ ଟ୍ରଷ୍ଟି ତଥା ଆବାହକ ଶୈଳେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.